କଟକ: ମହାନଦୀରେ ବୁଡି ଜଣେ ଛାତ୍ରଙ୍କର ଅକାଳ ମୃତ୍ୟୁ ହୋଇଛି । ମୃତ ଛାତ୍ରଜଣକ ରାଉରକେଲାର ଜିତେଶ ପଟ୍ଟନାୟକ ବୋଲି ଜଣାପଡ଼ିଛି । ସେ ମର୍କତନଗର ଥାନା ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଚତୁର୍ଥ ବର୍ଷର ଛାତ୍ର । ଆଜି ଅପରାହ୍ନ ୫ଟାରେ ଜିତେଶ ଓ ତାଙ୍କର ୩ସାଙ୍ଗ ନରାଜ ଡାକବଙ୍ଗଳା ପାଖକୁ ଯାଇଥିଲେ । ସେଠାରେ କିଛି ସମୟ ଗପସପ କରିବା ପରେ ଜିତେଶ ଓ ଜଣେ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ଅସାବଧାନତା ଯୋଗୁଁ ଦୁଇ ଜଣ ଯାକ ବୁଡି ଯାଇଥିଲେ । ଏହାଦେଖି କୂଳରେ ଥିବା ଅନ୍ୟ ଦୁଇ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ବି ଅସଫଳ ରହିଥିଲେ । ଏ ନେଇ ପୁଲିସ ଓ ଅଗ୍ନିଶମ କେନ୍ଦ୍ରକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ôଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ପ୍ରଥମେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପଠାଯାଇଥିଲା । ପରେ ଜିତେଶଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ମେଡିକାଲ ପଠାଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।