31.1 C
Bhubaneswar
Tuesday, March 17, 2026
Homeଅପରାଧବନ୍ଧୁତାରେ ଲାଗିଲା ରକ୍ତର ଛିଟା

ବନ୍ଧୁତାରେ ଲାଗିଲା ରକ୍ତର ଛିଟା

ଉଦଳା: ସାଙ୍ଗ ସାଜିଲା ହତ୍ୟାକାରୀ । ବନ୍ଧୁଙ୍କୁ ଘରକୁ ଡାକିନେଇ ହାଣିଦେଲା ସାଙ୍ଗ । ମୟୂରଭଞ୍ଜର ଉଦଳା ଥାନା ରାଢ଼ୋ ଗାଁରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଖବର। ଗୁରୁତର ଯୁବକଙ୍କୁ ବାରିପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗାଁର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟାରେ ଘର ପାଖରେ ବସିଥିଲେ, ଏହି ସମୟରେ ସେହି ଗାଁର ତାଙ୍କର ଜଣେ ସାଙ୍ଗ ଆସି ଯତୀନ୍ଦ୍ରକୁ ଡାକିଥିଲେ । ଯତୀନ୍ଦ୍ର ତାଙ୍କ ସହିତ ଯାଇଥିବା ବେଳେ ଵିଲ ହିଡ଼ ନିକଟରେ ଅଚାନକ ଯତୀନ୍ଦ୍ରଙ୍କ ବେକକୁ ଧାରୁଆ ଅସ୍ତ୍ରରେ ସେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବେକକୁ ହାଣି ବିଲରେ ଫୋପାଡ଼ି ଦେଇଥିଲା ସାଙ୍ଗ । ଗୁରୁତର ଅବସ୍ଥାରେ ଯତୀନ୍ଦ୍ର ଵିଲ ଭିତରେ ପଡ଼ି ଚିତ୍କାର କରୁଥିବା ବେଳେ ତାଙ୍କ ପାଟି ଶୁଣି ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଗାଁ ଲୋକଙ୍କୁ ଦେଖି ଆକ୍ରମଣକାରୀ ସାଙ୍ଗ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଅନ୍ୟପଟେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ରଙ୍କୁ ଗାଁର କିଛି ଯୁବକ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking