19.1 C
Bhubaneswar
Sunday, November 24, 2024
Homeଅପରାଧଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ; ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ନୃଶଂସ...

ଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ; ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ନୃଶଂସ ସ୍ୱାମୀ

ନୂଆଦିଲ୍ଲୀ: ଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ । କିଣି ଆଣି ବିବାହ କରିଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ୭୦ ହଜାର ଟଙ୍କା ଦେଇ ଯାହାକୁ କିଣି ଆଣି ବିବାହ କରିଥିଲା, ଶେଷରେ ତାଙ୍କରି ଜୀବନ ନେଇଗଲା । ଏପରି ଅଭାବନୀୟ ଘଟଣା ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଫତେହପୁର ବେରୀ ଅଞ୍ଚଳରେ ଘଟିଛି । ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତା ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଛି । ପୁଲିସର ସୂଚନା ଅନୁସାରେ ୭୦ ହଜାର ଟଙ୍କା ଦେଇ ବିହାରର ପାଟଣା ଅଞ୍ଚଳର ସ୍ୱିଟିଙ୍କୁ କିଣି ଆଣି ବିବାହ କରିଥିଲା ଅଭିଯୁକ୍ତ ସ୍ୱାମୀ । ମାତ୍ର ଉଭୟଙ୍କ ମଧ୍ୟରେ ଭଲ ପଡ଼ୁ ନ ଥିଲା ।

ଏପରିକି ସ୍ୱିଟିଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରୁଥିବା ବେଳେ ସେ ବେଳେବେଳେ କିଛି ନ କହି ଘରୁ ଗାଏବ ହୋଇ ଯାଉଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା । ଆଉ ଶେଷରେ ସ୍ତ୍ରୀକୁ ହତ୍ୟା କରି ଏକ ନିଛାଟିଆ ସ୍ଥାନକୁ ଫୋପାଡ଼ି ଦେଇଥିଲା । ଫତେହପୁର ବେରୀ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପୁଲିସ୍ ତାହାକୁ ଜବତ କରିଥିଲା । ପୁଲିସ୍ ଆଖପାଖ ସିସିଟିଭି ଯାଞ୍ଚ କରି ଶନିବାର ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ଏକ ଅଟୋ ବୁଲୁଥିବା ଦେଖିବାକୁ ପାଇଥିଲା । ଏହାପରେ ଉକ୍ତ ଅଟୋ ଚାଳକଙ୍କୁ ପୁଲିସ୍ ଉଠାଇ ଆଣି ପଚରାଉଚରା କରିବାରୁ ସେ ସବୁ ସତ ବଖାଣିଥିଲେ । ମୃତା ମହିଳା ଧର୍ମବୀରଙ୍କ ପତ୍ନୀ ସ୍ୱିଟି ବୋଲି ଚିହ୍ନଟ ହେଲା । ଏହାପରେ ପୁଲିସ୍‌? ଧର୍ମବୀରଙ୍କୁ ଉଠାଇ ଆଣି ପଚରାଉଚରା କରିବାରୁ ସେ ସବୁ କଥା ମାନି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking