ତିରୁଅନନ୍ତପୁରମ: ଜଣେ ନନ୍ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ଜଳନ୍ଧର ବିଶପ୍ ରେଭରେଣ୍ଡ୍ ଫ୍ରାଙ୍କୋ ମୁଲାକ୍କଲ ଗୁରୁବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ର ପୋପ୍ଙ୍କ ଦ୍ୱାରା ଗୃହୀତ ହୋଇଛି ବୋଲି ଭାରତରେ ଅବସ୍ଥାପିତ ଭଟିକାନ୍ ସିଟିର ପ୍ରତିନିଧି ସୂଚନା ଦେଇଛନ୍ତି । ୨୦୧୮ରେ ଫ୍ରାଙ୍କେ କେରଳର ଜଣେ ନନ୍ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
କେରଳ ପୁଲିସ ତାଙ୍କୁ ଗିରଫ କରିଥିବାବେଳେ କେରଳର ଏକ ନିମ୍ନ ଅଦାଲତ ଫ୍ରାଙ୍କୋ ନିର୍ଦ୍ଦୋଷ ବୋଲି ରାୟ ଦେଇଥିଲେ । ଅଭିଯୁକ୍ତ ନନ୍ ବର୍ତ୍ତମାନ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟରେ ଶୁଣାଣି ଶେଷ ପର୍ଯ୍ୟନ୍ତ ଫ୍ରାଙ୍କୋ କୋଟ୍ଟାୟାମସ୍ଥିତ ଏକ ରିଟ୍ରିଟ୍ ସେଣ୍ଟରରେ ଅବସ୍ଥାନ କରିବେ ବୋଲି ଜଣାପଡିଛି ।