14.1 C
Bhubaneswar
Saturday, December 6, 2025
Homeଓଡିଶାଡିଜିପି ସମ୍ମିଳନୀରେ ଚର୍ଚ୍ଚିତ ଚେହେରା

ଡିଜିପି ସମ୍ମିଳନୀରେ ଚର୍ଚ୍ଚିତ ଚେହେରା

ଭୁବନେଶ୍ୱର : ଆଜିର ଡିଜିପି ସମ୍ମିଳନୀ ବା ମହାନିର୍ଦ୍ଦେଶକ ମହାମେଳିରେ ବଡ ବଡ ଚର୍ଚ୍ଚିତ ଚେହେରାମାନଙ୍କୁ ଦେଖିବାକୁ ମିଳିବ । ପିକେ ମିଶ୍ର ଯିଏକି ପ୍ରଧାନମନ୍ତ୍ରୀଙ୍କ  ସ୍ୱତନ୍ତ୍ର ସଚିବ ରହିଛନ୍ତି । ଆଜିର ଡିଜିପି ସମ୍ମିଳନୀରେ ଯୋଗ ଦେବେ । ଅନ୍ୟପଟେ ଅଜିତ ଡୋଭାଲ ଯିଏକି  ଜାତୀୟ ସୁରକ୍ଷା ପରାମର୍ଶଦାତା । ଦେଶର ବଡ ବଡ ସୁରକ୍ଷା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଏ ଅଜିତ ଡୋଭାଲଙ୍କ ପରାମର୍ଶରେ ହିଁ ନିଆଯାଏ । କେଉଁ ରାଜ୍ୟରେ କଣ ସବୁ ସମସ୍ୟା ରହିଛି ବିଶେଷ କରି ଆତଙ୍କବାଦୀଙ୍କ ଅନୁପ୍ରବେଶ କଥା କହିବା  , ମାଓଦମନ କଥା କହିବା  ଏ କ୍ଷେତ୍ରରେ ପରାମର୍ଶ ଦିଅନ୍ତି ଅଜିତ ଡୋଭାଲ । ଗୃହ ସଚିବ  ଗୋବିନ୍ଦ ମୋହନ ମଧ୍ୟ ଡିଜିପି ସମ୍ମିଳନୀରେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ  ପରାମର୍ଶଦାତା ତରୁଣ କପୁର ଉପସ୍ଥିତ ରହିବେ ।  ତପନ କୁମାର ଡେକା ଯିଏକି  ଆଇବି ନିର୍ଦ୍ଦେଶକ ଏବଂ ଏନଟିଆରଓର ଅଧ୍ୟକ୍ଷ ଅରୁଣ କୁମାର ସିହ୍ନା ମଧ୍ୟ ଏହି ଡିଜିପି ସମ୍ମିଳନୀରେ ଯୋଗ ଦେବେ । ୩ ଦିନ ଧରି ହେବାକୁ ଥିବା ଡିଜିପି ସମ୍ମିଳନୀରେ  ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୂଦ , ର’ର ସଚିବ ରବି ସିହ୍ନା ମଧ୍ୟ ଉପସ୍ଥିତ ରହିବେ । ଏନଆଇଏର ନିର୍ଦ୍ଦେଶକ  ସଦାନନ୍ଦ ଦାତେ, ଏସପିଜି ନିର୍ଦ୍ଦେଶକ ଆଲୋକ ଶର୍ମା ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking