27.1 C
Bhubaneswar
Saturday, October 19, 2024
Homeଅପରାଧସ୍କୁଲରୁ ମିଳିଲା ଦେଶୀ ବନ୍ଧୁକ

ସ୍କୁଲରୁ ମିଳିଲା ଦେଶୀ ବନ୍ଧୁକ

କୁଚିଣ୍ଡା : କୁଚିଣ୍ଡାରେ ସ୍କୁଲ ଭିତରୁ ମିଳିଛି ଏକ ପିସ୍ତଲ । ରେଙ୍ଗୁମୁଣ୍ଡା ୟୁପି ସ୍କୁଲ୍ ଶ୍ରେଣୀ ଗୃହରୁ ମିଳିଛଇ ଏହି ପିସ୍ତଲ ବା ଦେଶୀ ବନ୍ଧୁକ । ଉକ୍ତ ସ୍କୁଲରେ ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଶ୍ରେଣୀଗୃହଟିକୁ ବ୍ୟବହାର କରୁଥିଲେ । ଏବେ ବଦଳି ହୋଇ ଅନ୍ୟ ସ୍କୁଲରେ ଯୋଗ ଦେଇଛନ୍ତି ଗୋବିନ୍ଦ । ତେବେ ବଦଳି ପରେ ଦୁଇଟି ଶ୍ରେଣୀ ଗୃହକୁ ଖାଲି କରିନଥିଲେ ଶିକ୍ଷକ । ସିଆରସିଙ୍କ ନିର୍ଦ୍ଦେଶ ପରେ ଗୃହକୁ ଖାଲି କରିଥିଲେ ପ୍ରଧାନଶିକ୍ଷକ । ପୂର୍ବରୁ ଶିକ୍ଷକ ଗୋବିନ୍ଦ ଭୋଇଙ୍କ ନାଁରେ ଅପରାଧିକ ମାମଲା ଥିବା ସୂଚନା ମିଳିଛି । ତେଣୁ ପିସ୍ତଲଟି ତାଙ୍କର ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking