28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଚିକିତ୍ସାଧୀନ ମହିଳାଙ୍କ ଝିଅକୁ ଡାକ୍ତରଖାନାରେ ବାହା ହୋଇ ମହନୀୟତାର ପରିଚୟ ଦେଲେ ସ୍ୱାସ୍ଥ୍ୟକର୍ମୀ

ଚିକିତ୍ସାଧୀନ ମହିଳାଙ୍କ ଝିଅକୁ ଡାକ୍ତରଖାନାରେ ବାହା ହୋଇ ମହନୀୟତାର ପରିଚୟ ଦେଲେ ସ୍ୱାସ୍ଥ୍ୟକର୍ମୀ

ଚଣ୍ଡୀଗଡ଼: ପଞ୍ଜାବର ହାଜିପୁର ସଦର ଡାକ୍ତରଖାନାରେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ମହିଳା ତାଙ୍କ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସେ ତାଙ୍କ ଝିଅର ବିବାହକୁ ନେଇ ଚିନ୍ତିତ ଥିଲେ। ଏଭଳି ପରିସ୍ଥିତିରେ ଯେତେବେଳେ ମହିଳା ଜଣକ ଡାକ୍ତରଖାନାରେ ପୋଷ୍ଟ ହୋଇଥିବା ଓଟି ଆସିଷ୍ଟାଣ୍ଟ ମନିନ୍ଦର ସିଂଙ୍କୁ ତାଙ୍କ ସମସ୍ୟା ବିଷୟରେ କହିଥିଲେ ସେତେବେଳେ ସେ ମହିଳାଙ୍କ ଝିଅକୁ ବିବାହ କରିବାକୁ ରାଜି ହୋଇଥିଲେ। ଏଥି ସହିତ କନ୍ୟାଦାନ କରିବାର ୨ ଦିନ ପରେ, ମହିଳା ଜଣକ ଦୁନିଆରୁ ବିଦାୟ ନେଇଥିଲେ ।
ସୂଚନାଯୋଗ୍ୟ ହାଜିପୁରର ମାଣିକା ବେଡ଼ି ନାମକ ଏହି ମହିଳା ଜଣକ ଏପ୍ରିଲ ୧୮ ରେ ରୋଷେଇ କରୁଥିବା ବେଳେ ଅସାବଧାନତାବସତଃ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଗୁରୁତର ଅବସ୍ଥା ସମ୍ପୃକ୍ତ ମହିଳାଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପୋଷ୍ଟ ହୋଇଥିବା ଓଟି ଆସିଷ୍ଟାଣ୍ଟ ମଣିନ୍ଦର ସିଂ ମହିଳାଙ୍କୁ ନିରନ୍ତର ସେବା ଯୋଗାଇ ଦେଇଥିଲେ । କିନ୍ତୁ ମହିଳା ଜଣକ ଏତେ ଯନ୍ତ୍ରଣା ମଧ୍ୟରେ ବି ତାଙ୍କ ଝିଅ ବିବାହକୁ ନେଇ ଚିନ୍ତିତ ଥିଲେ । ସେ ଭାବି ନେଇଥିଲେ ଯେ, ଯଦି ମୋର ମୃତ୍ୟୁ ହୋଇଯାଏ, ତେବେ ମୋ ଅବିବାହିତା ଝିଅର ପରବର୍ତ୍ତୀ ଅବସ୍ଥା କ’ଣ ହେବ । ଏହି ଚିନ୍ତାଭାରକୁ ନେଇ ସେ ସବୁବେଳେ ଡାକ୍ତରଖାନାରେ ହିଁ ମାନସିକ ଚିନ୍ତାରେ ରହୁଥିଲେ । ତେବେ ମଣିନ୍ଦ୍ରଙ୍କ ଭଲ ଆଚରଣ ଏବଂ ଉତ୍ତମ ବ୍ୟବହାରକୁ ଦେଖି ମହିଳା ଜଣକ ତାଙ୍କ ଝିଅକୁ ମଣିନ୍ଦ୍ରଙ୍କ ସହ ବିବାହ ପାଇଁ ଚିନ୍ତା କରିଥିଲେ ।
ଦିନେ ମହିଳା ମଣିନ୍ଦ୍ରଙ୍କୁ ତାଙ୍କ ବିଷୟରେ ପଚାରିଲେ ଏବଂ ତାଙ୍କ ଝିଅକୁ ବିବାହ କରିବାକୁ କହିଥିଲେ। ମହିଳା ଜଣକ କହିଛନ୍ତି ଯେ ମୋ ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଛି, ମୋର ୬ ଟି ସନ୍ତାନ ଅଛି, ସାନ ଝିଅ ପ୍ରୀତି ଏପର‌୍ୟ୍ୟନ୍ତ ଅବିବାହିତ । ଯଦି ସେ ମଧ୍ୟ ବିବାହ କରିଥାନ୍ତେ, ତେବେ ମୁଁ ଶାନ୍ତିରେ ମରିଥାନ୍ତି ।  ମହିଳାଙ୍କୁ ବାରମ୍ବାର ପଚାରିବା ପରେ ମଣିନ୍ଦ୍ର ପ୍ରୀତିଙ୍କୁ ବିବାହ କରିବାକୁ ଶେଷରେ ରାଜି ହୋଇଥିଲେ। ସେପଟେ  ମେ  ୨ରେ, ଯେତେବେଳେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହେଲା, ମନିନ୍ଦର ତାଙ୍କୁ ତୁରନ୍ତ ବିବାହ କରିବା ପାଇଁ ତାଙ୍କ ମା’ଙ୍କଠାରୁ ଅନୁମତି ନେଇଥିଲେ। ତା’ପରେ ସେ ପାଲଲେଶ୍ୱର ନାଥ ମନ୍ଦିରରେ ପ୍ରୀତିଙ୍କୁ ବିବାହ କରିଥିଲେ । ମାଣିକା ମଧ୍ୟ ଏହି ବିବାହରେ ଭାଗ ନେଇଥିଲେ । ସେ କନ୍ୟାଦାନ କରି ଗତ ୪ ତାରିଖରେ ହିଁ ଇହ ଧାନ ତ୍ୟାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking