ନୂଆଦିଲ୍ଲୀ : ଆଇସିୟୁରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ସାଂସଦ ମୁକେଶ ରାଜପୁତ ମଧ୍ୟ ଆଇସିୟୁରେ ଅଛନ୍ତି । ଏନେି ସୂଚନା ଦେଇଛନ୍ତି ଆରଏମଏଲ କର୍ତ୍ତପକ୍ଷ । ସଂସଦରେ ଠେଲାପେଲାରେ ଆହତ ହୋଇଥିଲେ ଉଭୟ । ଯାହା ଫଳରେ ଏଭଳି ଅବସ୍ଥା ହୋଇଛି । ବିଜେପି ସାଂସଦଙ୍କୁ ଠେଲାପେଲା କରିଥିଲେ ରାହୁଲ ଗାନ୍ଧୀ । ଠେଲାପେଲାରେ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହି ସମୟରେ ରାହୁଲ ନିଜର ପ୍ରତିକ୍ରିୟା ରଖି କହିଛନ୍ତି , ମୁଁ ସଂସଦର ପ୍ରବେଶ ଦ୍ୱାରକୁ ଯିବା ପାଇଁ ଚେଷ୍ଟା କରୁଥିଲି । କିନ୍ତୁ ବିଜେପିର ସାଂସଦମାନେ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ଏସବୁ ହୋଇଛି ।