38.1 C
Bhubaneswar
Thursday, June 20, 2024
Homeଦେଶ ବିଦେଶବୋରୱେଲ୍‌‌ ପଡି ଦେଢ଼ ବର୍ଷର ଶିଶୁ କନ୍ୟା ମୃତ

ବୋରୱେଲ୍‌‌ ପଡି ଦେଢ଼ ବର୍ଷର ଶିଶୁ କନ୍ୟା ମୃତ

ଅହମଦାବାଦ : ଗୁଜୁରାଟର ଅମରେଲୀ ଜିଲ୍ଲାର ସୁରଜପୁରା ଗ୍ରାମରେ ଏକ ବୋରୱେଲରେ ୫୦ଫୁଟ ଗଭୀରରେ ପଡ଼ିଯିବା ପରେ ଦେଢ଼ ବର୍ଷର ଝିଅର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି। ସୂଚନା ଅନୁଯାୟୀ, ଏକ ୫୦ଫୁଟ ବୋରୱେଲ୍‌‌ ଗାତରେ ଖସି ପଡିଥିଲା ଶିଶୁ କନ୍ୟା । ଶିଶୁକୁ ଉଦ୍ଧାର କରିବାକୁ ଦୀର୍ଘ ୧୬ ରୁ ୧୭ ଘଣ୍ଟା ଧରି ବହୁ କସରତ ପରେ ଆଜି ସକାଳୁ ଶିଶୁ ଟିକୁ ଉଦ୍ଧାର କରାଯାଇଥିଲା । ଏହାପରେ ତୁରନ୍ତ ଶିଶୁ କନ୍ୟାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପାନସେରିୟା ଖୋଲା ବୋରୱେଲ ବନ୍ଦ କରିବାକୁ ଗୁଜୁରାଟବାସୀଙ୍କୁ ନିବେଦନ କରିଛନ୍ତି । ଖବର ମୁତାବକ, ଘର ପଛପଟେ ଖେଳୁଥିବା ସମୟରେ ଖୋଳାଯାଇଥିବା ୫୦ଫୁଟ ବୋରୱେଲ୍‌‌ ଭିତରକୁ ହଠାତ୍ ଶିଶୁକନ୍ୟା ଟି ଖସି ପଡିଥିଲା । ଏହାପରେ ଘରଲୋକ ଖୋଯାଖୋଜି ପରେ ଜାଣିବାକୁ ପାଇଥିଲେ ଯେ, ଶିଶୁ ଟି ବୋରଓ୍ବେଲ ଭିତରେ ପଡିଯାଇଛି । ଏହାପରେ ଏନଡିଆରଏଫ୍ ଟିମ୍, ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଶନିବାର ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking