30.1 C
Bhubaneswar
Saturday, July 6, 2024
Homeଦେଶ ବିଦେଶୟୁଟ୍ୟୁବ ଦେଖି ସନ୍ତାନକୁ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ

ୟୁଟ୍ୟୁବ ଦେଖି ସନ୍ତାନକୁ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ

ମୁମ୍ବାଇ: ପାଠ ପଢିବାଠୁ ଆରମ୍ଭ କରି ଅନେକ ଜିନିଷ ଶିଖିବା ଲାଗି ଆମେ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବର ବ୍ୟବହାର କରିଥାଉ । ହେଲେ ଏଠାରେ ୟୁଟ୍ୟୁବ ଦେଖି ଜଣେ ୧୫ ବର୍ଷର ନାବାଳିକା ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଘଟିଛି । ଏହି ନାବାଳିକା ଜଣକ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ନାଗପୁର ଅମ୍ବାଜାରି ଥାନା ଅଞ୍ଚଳରେ ଜଣେ ନାବାଳିକା ଗର୍ଭବତୀ ହୋଇଥିଲେ । ଯେତେବେଳେ ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା ସେତେବେଳେ ଡେଲିଭେରୀ ପାଇଁ ସେ ନିଜ ପରିବାର ବର୍ଗଙ୍କୁ ମଧ୍ୟ ଜଣାଇନଥିଲେ ।

ହସ୍ପିଟାଲକୁ ମଧ୍ୟ ଯାଇନଥିଲେ । ନିଜେ ୟୁଟ୍ୟୁବରେ ଡେଲିଭରୀ ଭିଡିଓ ଦେଖି ନିଜେ ନିଜେ ସନ୍ତାନ ଜନ୍ମ କରିବା ଲାଗି ଉଦ୍ୟମ କରିଥିଲେ । ଏହି ସମୟରେ ତାଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥିବା ବେଳେ ସେ ଗୁରୁତର ହୋଇପଡ଼ିଥିଲେ । ଦୁଃଖର ବିଷୟ ନବଜାତ ଶିଶୁଟିର ମୃତ୍ୟୁ ଘଟିଛି । ଗତ କିଛି ଦିନ ଧରି ନାବାଳିକାଙ୍କୁ ପେଟରେ ଯନ୍ତ୍ରଣା ହୋଇଥିଲା । ଏ ସମ୍ପର୍କରେ ସେ ନିଜ ମା’ଙ୍କୁ ମଧ୍ୟ ଅବଗତ କରାଇନଥିଲେ । ପ୍ରସବ ଯନ୍ତ୍ରଣା ସମୟରେ ମଧ୍ୟ ସେ ନିଜ ମା’ଙ୍କୁ ସୂଚନା ଦେଇନଥିଲେ । ଯେତେବେଳେ ନାବାଳିକାଙ୍କ ମା’ କାମକୁ ଯାଇଥିଲେ, ଏହାପରେ ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଡେଲିଭରୀ ଲାଗି ସେ ୟୁଟ୍ୟୁବର ସାହାଯ୍ୟ ନେଇଥିଲେ । ୟୁଟ୍ୟୁବ ଦେଖି ସନ୍ତାନ ଜନ୍ମ କରିବା ପରେ ତାଙ୍କ ସନ୍ତାନର ମଧ୍ୟ ମୃତ୍ୟୁ ଘଟିଛି । ଏହାପରେ ସେ ସନ୍ତାନକୁ ଲୁଚାଇ ଦେଇଥିଲେ । ଯେତେବେଳେ ତାଙ୍କ ମାଆ କାମରୁ ଫେରିଥିଲେ, ସେତେବେଳେ ଘର ଚଟାଣରେ ରକ୍ତ ଦେଖିବାକୁ ପାଇଥିଲେ ।

ଏହାସହିତ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଦେଖି ପ୍ରଥମେ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ଯେତେବେଳେ ନାବାଳିକାଙ୍କୁ ପ୍ରଶ୍ନ ପଚାରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ସୂଚନା ଥାଉ କି କିଛି ମାସ ପୂର୍ବରୁ ନାବାଳିକା ଜଣକ ଇନଷ୍ଟାଗ୍ରାମରେ ଅଭିଯୁକ୍ତ ଯୁବକ ଜଣକ ସହିତ ବନ୍ଧୁତା ସ୍ଥାପନ କରିଥିଲେ । ଏହାପରେ ଉଭୟ ଅନେକ ସମୟରେ ପରସ୍ପରକୁ ଭେଟୁଥିଲେ । ଗତ ୯ ମାସ ପୂର୍ବରୁ ନାବାଳିକାଙ୍କୁ ଅଭିଯୁକ୍ତ ଯୁବକ ଜଣକ ସାଙ୍ଗ ଘରକୁ ଡାକିଥିଲା । ଏହାପରେ ନାବାଳିକାଙ୍କୁ ଜୋର ଜବରଦସ୍ତ ମଦ ପିଆଇ ଦୁଷ୍କର୍ମ କରିଥିଲା । ନାବାଳିକା ପୋଲିସକୁ ଦେଇଥିବା ସୂଚନା ଅନୁସାରେ ସେ ଅଭିଯୁକ୍ତ ଯୁବକର ପୁରା ନାଁ ମଧ୍ୟ ଜାଣିନାହାନ୍ତି । ନାବାଳିକାଙ୍କ ମାଆଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତ ଯୁବକଙ୍କ ନିକଟରେ ପହଞ୍ଚିବା ଲାଗି ପୋଲିସ ସାଇବର ସେଲ୍‌?ର ସହାୟତା ନେବ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking