ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି ହୋଇଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହା କହିଛନ୍ତି । ରାଜ୍ୟର ୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଆମ ହସ୍ପିଟାଲର ରୂପାନ୍ତରିତ ହୋଇଛି । ଏହି ରୂପାନ୍ତରିତ ହସ୍?ପିଟାଲକୁ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଆଇଭିଆର ପଦ୍ଧତିରେ ରୋଗୀଙ୍କର ମତାମତ ସଂଗ୍ରହ ବ୍ୟବସ୍ଥା ଏବଂ କର୍ମଚାରୀଙ୍କର ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାନ ବ୍ୱୟସ୍ଥାର ବି ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରୂପାନ୍ତରଣର ନୂଆ ଯୁଗରେ ସରକାର ଆମ ହସ୍ପିଟାଲର ରୂପାନ୍ତରଣକୁ ଗୁରୁତ୍ୱ ଦେଉଛନ୍ତି । ଫାଇଭ-ଟି ଉପକ୍ରମରେ ହସ୍ପିଟାଲର ରୂପାନ୍ତରଣ କରାଯାଉଛି । ଏହି ପ୍ରକ୍ରିୟାରେ ୧୮୪୮ ହସ୍ଟିଟାଲକୁ ଆମ ହସ୍ପିଟାଲରେ ରୂପାନ୍ତରଣ କରାଯିବ । ବିଏସକେୱାଇ ସ୍ୱାସ୍ଥ୍ୟସେବାର ମଡେଲ ହୋଇଛି । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ନବକଳେବରକୁ ନେଇ ସବୁଠି ଶୁଭିଥିଲା ହୁଳହୁଳି ଓ କରତାଳି ।