29.1 C
Bhubaneswar
Wednesday, July 3, 2024
Homeଅପରାଧପରକୀୟା ପ୍ରୀତି ପାଇଁ ପତ୍ନୀ ଓ ଝିଅକୁ ହତ୍ୟା କଲା ନୃଶଂସ ସ୍ୱାମୀ

ପରକୀୟା ପ୍ରୀତି ପାଇଁ ପତ୍ନୀ ଓ ଝିଅକୁ ହତ୍ୟା କଲା ନୃଶଂସ ସ୍ୱାମୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିରଟରେ ପରକୀୟା ପ୍ରୀତିରେ ବାଧା ସୃଷ୍ଟି କରିବାରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ତିନି ବର୍ଷର ଝିଅକୁ ହତ୍ୟା କରିଛି । ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଆଶିଷ କୁମାର (୩୮) ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ ଜ୍ୟୋତି (୩୫) ଏବଂ ଝିଅ ଭାବ୍ୟା(୩) ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ପୁଲିସ ଏହି ଘଟଣାର ଅନୁସନ୍ଧାନ କରିବା ପରେ ଜଣାପଡିଛି ଯେ ଆଶିଷ କୁମାର ତାଙ୍କ ପତ୍ନୀଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା କରିବା ପରେ ତିନି ବର୍ଷୀୟା ଝିଅର ତଣ୍ଟି ଚିପି ହତ୍ୟା କରିଥିଲା । ପରେ ଦୁହିଁଙ୍କ ମୃତଦେହକୁ କେନାଲ ଏବଂ ହିଣ୍ଡନ ନଦୀରେ ଫିଙ୍ଗି ଦେଇଥିଲା । ଏହାପରେ ଅଭିଯୁକ୍ତ ଫୋନରେ ତାଙ୍କ ଶାଶୂଙ୍କୁ ଜଣାଇଥିଲେ ଯେ ଜ୍ୟୋତି ଏବଂ ଭାବ୍ୟା ପାଣିରେ ବୁଡ଼ି ମରିଯାଇଛନ୍ତି । ପୁଲିସ ଖୋଜାଖୋଜି କରିବା ପରେ ଝିଅର ମୃତଦେହ ଭୋଲା ଝାଲରୁ ଏବଂ ଜ୍ୟୋତିଙ୍କ ମୃତଦେହ ଘଟଣାସ୍ଥଳଠାରୁ ୨୦ କିଲୋମିଟର ଦୂର ବାଗପାଟର ହିଣ୍ଡନ ନଦୀରୁ ମିଳିଥିଲା । ଆଶିଷକୁ ଗିରଫ କରି ପୁଲିସ ପଚରାଉଚରା କରିବାବେଳେ ସେ ଦୋଷ ସ୍ୱୀକାର କରିଛି । ଅନ୍ୟଜଣେ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଅଛି ଏବଂ ତାଙ୍କ ପତ୍ନୀ ଏକଥା ଜାଣିବା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ତେଣୁ ରାସ୍ତାରୁ ହଟାଇବା ପାଇଁ ସେ ପତ୍ନୀ ଓ ଝିଅକୁ ହତ୍ୟା କରିଛି ବୋଲି ପୁଲିସକୁ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking