29.1 C
Bhubaneswar
Friday, October 18, 2024
Homeଓଡିଶାହଜିଲା ପୁଅକୁ ବିକଳ ହୋଇ ଖୋଜୁଛି ମା

ହଜିଲା ପୁଅକୁ ବିକଳ ହୋଇ ଖୋଜୁଛି ମା

ବାଲେଶ୍ୱର : ବୟସର ଅପରାହ୍ନରେ ୪୧ବର୍ଷ ବୟସର ହଜିଲା ପୁଅକୁ ଖୋଜୁଛି ମା । ହାତରେ ପୁଅର ଫଟୋ, ମୁହଁରେ ପୁଅର ନାଁ । ବାଲେଶ୍ୱର ନୀଳଗୀରିର ଏ ଜାଗାରୁ ସେ ଜାଗାକୁ ବୁଲି ବୁଲି ନିଖୋଜ ପୁଅକୁ ଖୋଜୁଛନ୍ତି ପଶ୍ଚିମବଙ୍ଗ ମେଦିନପୁର ଏଗ୍ରା ଅଞ୍ଚଳର ବୃଦ୍ଧା ବାସନ୍ତୀ ଭୂୟାଁ ।
୫ବର୍ଷ ପୂର୍ବରୁ ପେଟରୋଗର ଚିକିତ୍ସା ପାଇଁ ପୁଅ କେଦାର, ବୋହୁ ଓ ପୁଅ ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ଆସିଥିଲେ । ଏମ୍ସରୁ କେଦାର ହଠାତ କୁଆଡେ ନିଖୋଜ ହେବା ଘଟଣାକୁ ନେଇ ଖଣ୍ଡଗୀରି ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । କିନ୍ତୁ ଏବେ ସୁଦ୍ଧା ମିଳିପାରିନି କେଦାରଙ୍କ କୌଣସି ଖୋଜ ଖବର । ସେପଟେ ପୁଅ ବାଲେଶ୍ୱର ନୀଳଗିରୀ ଅଛି ଅଛି ବୋଲି ଖବର ପାଇଁ ପଶ୍ଚିମବଙ୍ଗରୁ ନୀଳଗିରିକୁ ଧାଇଁ ଆସିଛନ୍ତି ମା । ନୀଳଗିରିରେ ପହଁଚିବାପରେ ନିଖୋଜ ପୁଅକୁ ବିକଳରେ ଖୋଜି ବୁଲୁଛନ୍ତି ଅସହାୟ ମା ।
କେଦାର ହଜିବା ପରେ ଚା ଦୋକାନ କରି ୪ପ୍ରାଣୀ କୁଟୁମ୍ବକୁ ଅତି କଷ୍ଟରେ ପୋଷୁଛନ୍ତି ବୃଦ୍ଧା । ଆୟରୁ କିଛି ଅର୍ଥ ସଂଚୟ କରି ବାସନ୍ତୀ ଗାଡି ଭଡ଼ା କରି ପଶ୍ଚିମବଙ୍ଗରୁ ବାଲେଶ୍ୱରରେ ପହଁଚିଛନ୍ତି । ନିଖୋଜ ପୁଅର କୌଣସି ଖୋଜ ଖବର ମିଳିଲେ ୮୦୧୬୨୩୯୭୮୧ ନମ୍ବରରେ ଜଣାଇବାକୁ ଗୁହାରୀ କରିଛନ୍ତି କେଦାରଙ୍କ ପରିବାର ଓ ସାଙ୍ଗସାଥୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking