18.1 C
Bhubaneswar
Saturday, November 23, 2024
Homeଅପରାଧ୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଝାରସୁଗୁଡ଼ାରୁ ଅପହରଣ, ବରଗଡ଼ରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଝାରସୁଗୁଡ଼ାରୁ ଅପହରଣ, ବରଗଡ଼ରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଅପହରଣ କରାଯାଇଥିବା ନାବାଳକ ସମର୍ଥ ଅଗ୍ରୱାଲ (୧୫)ର ମୃତଦେହକୁ ପୁଲିସ ବରଗଡ଼ ଜିଲ୍ଲାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଛି । ଅଭିଯୁକ୍ତମାନେ ହତ୍ୟା ପୂର୍ବରୁ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । କିନ୍ତୁ ଏହା ନମିଳିବାରୁ ନାବାଳକକୁ ହତ୍ୟା କରି ପୋଡ଼ି ଦେଇଥିଲେ । ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି । ଝାରସୁଗୁଡ଼ା ଏସ୍‌ପି ସ୍ମିତ୍ ପରମାର ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ପରମାର କହିଛନ୍ତି, ସମର୍ଥ ଅଗ୍ରୱାଲ ସୋମବାର ସନ୍ଧ୍ୟା ସାଢ଼େ ୫ଟାରେ ସରବାହାଲ ହାଇସ୍କୁଲ ପଡ଼ିଆକୁ ଖେଳିବା ପାଇଁ ଯାଇଥିଲା ।

ବିଳମ୍ବିତ ସନ୍ଧ୍ୟା ଯାଏଁ ସେ ଘରକୁ ଫେରି ନଥିଲା । ତେଣୁ ପରିବାର ଲେକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରି ତାଙ୍କୁ ପାଇ ନଥିଲେ । ସମର୍ଥଙ୍କୁ ଫୋନ୍‌ କରାଯାଇଥିଲେ ମଧ୍ୟ ସେ କଲ୍ ଉଠାଇ ନଥିଲା । ରାତି ପ୍ରାୟ ସାଢ଼େ ୮ଟାରେ ଦୁର୍ବୃତ୍ତମାନେ ଅପହରଣ କରିଥିବା ନେଇ ପରିବାର ଲୋକଙ୍କୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା । ଫୋନ୍ କରିଥିବା ଦୁର୍ବୃତ୍ତମାନେ କହିଥିଲେ ଯେ, ୫୦ ଲକ୍ଷ ଟଙ୍କା ମିଳିଲେ ପୁଅକୁ ଜୀବିତ ଅବସ୍ଥାରେ ପାଇପାରିବେ ।

ଧମକପୂର୍ଣ୍ଣ କଲ୍ ପାଇଲା ପରେ ପରିବାର ଲୋକେ ଘଟଣା ଦିନ ରାତି ୯ଟାରେ ଏବାବଦରେ ପୁଲିସକୁ ଜଣାଇଥିଲେ । ପୀଡିତ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସମର୍ଥ ଅଗ୍ରୱାଲକୁ ଉଦ୍ଧାର କରିବା ପାଇଁ ଝାରସୁଗୁଡ଼ା ପୁଲିସ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ପଡୋଶୀ ଜିଲ୍ଲାକୁ ଯାଇ ମଧ୍ୟ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଦେଇଥିଲା । ପୁଲିସ ଟିମ୍‌କୁ ମାର୍ଚ୍ଚ ୨୮-୨୯ ତାରିଖ ରାତିରେ ସୂଚନା ମିଳିଥିଲା ଯେ, ଅପହରଣ ଘଟଣାରେ ସମର୍ଥଙ୍କ ସଂପର୍କୀୟ ତଥା ଝାରସୁଗୁଡ଼ା ବିଜୁନଗର ନିବାସୀ ଅମିତ ଶର୍ମା ଓ ବ୍ରଜରାଜନଗର ଗାନ୍ଧିଛକ ନିବାସୀ ଦିନେଶ ଅଗ୍ରୱାଲ ସାମିଲ ଅଛନ୍ତି । ତଦନ୍ତରୁ ଜଣାପଡ଼ିଲା ଯେ, ଅମିତ ହେଉଛି ଘଟଣାର ମୁଖ୍ୟ ଅଭିଯୁକ୍ତ । ଏସ୍‌ପି କହିଛନ୍ତି ଯେ, ଅଭିଯୁକ୍ତମାନେ ସମର୍ଥକୁ ହତ୍ୟା କରି ମାର୍ଚ୍ଚ ୨୭-୨୮ ତାରିଖ ରାତିରେ ବରଗଡ଼ ଜିଲ୍ଲାର ଏକ ନିଦ୍ଦିଷ୍ଟ ସ୍ଥାନରେ ଫିଙ୍ଗି ଦେଇଥିଲେ । ତେବେ କେଉଁ କାରଣରୁ ଅଭିଯୁକ୍ତମାନେ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା ମାଗି ଅପହରଣ ଓ ହତ୍ୟା କରିଥିଲେ, ସେନେଇ ଅଧିକ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking