27.1 C
Bhubaneswar
Friday, September 20, 2024
Homeଓଡିଶାନାବାଳିକାକୁ ଘରୁ ଉଠାଇନେଇ ଜୋର୍ ଜବରଦସ୍ତ ବିବାହ

ନାବାଳିକାକୁ ଘରୁ ଉଠାଇନେଇ ଜୋର୍ ଜବରଦସ୍ତ ବିବାହ

ବାଲିଆପାଳ: ବାଲିଆପାଳ ଥାନା ଅନ୍ତର୍ଗତ ଚଉମୁଖ ଗ୍ରାମର ନାବାଳିକା ଝିଅକୁ ଘରୁ ଉଠାଇ ନେଇ ହାଇଦ୍ରାବାଦରେ ବିବାହ କରିଛନ୍ତି । ପୁଲିସ ନାବାଳିକାକୁ ଉଦ୍ଧାର କରିବା ପରେ ଢ଼ିଲା କାର୍ଯ୍ୟାନୁଷ୍ଠାନ ପାଇଁ ପୁଣି ଘରୁ ଉଠାଇନେଲା ବିବାହ କରିଥିବା ଉକ୍ତ ଯୁବକ । ଘଟଣାରୁ ପ୍ରକାଶ ଯେ, ବାଲିଆପାଳ ଥାନା ଚଉମୁଖ ଗ୍ରାମର ସନ୍ତୋଷ ଗିରି, ସ୍ତ୍ରୀ ଝିଲ୍ଲୀ ଗିରି ଏବଂ ତାଙ୍କର ୧୪ ବର୍ଷର ନାବାଳିକ ଝିଅ ଓ ଅନ୍ୟ ଦୁଇଜଣ ଛୋଟ ପିଲା ହାଇଦ୍ରାବାଦରେ ରହି ଚାଉମିନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ସେହି ସ୍ଥାନରେ ରହୁଥିବା ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଗ୍ରାମର ରୋହିଆ ପାତ୍ରଙ୍କ ପୁଅ ଚନ୍ଦନ ପାତ୍ର ତାଙ୍କ ବାପା ଓ ଗୁଣ୍ଡାଙ୍କ ସହାୟତାରେ ହାଇଦ୍ରାବାଦରେ ରହୁଥିବା ନାବାଳିକାକୁ ଘରୁ ଉଠାଇ ନେଇ ଜବରଦସ୍ତ ବିବାହ କରିଥିଲା ।

ନାବାଳିକାର ବାପା ସନ୍ତୋଷ ଓ ମା’ ଝିଲ୍ଲୀ ଖବରପାଇ ହାଇଦ୍ରାବାଦ ପୁଲିସରେ ଖବର ଦେବା ଫଳରେ ପୁଲିସ ଭୟରେ ଚନ୍ଦନ ନାବାଳିକା ଝିଅକୁ ନେଇ ନାମ୍ପୋକୁ ପଳାଇ ଆସିଥିଲା । ପରେ ଝିଲ୍ଲୀ ଜଳେଶ୍ୱର ଆସି ଥାନାରେ ଜଣାଇବାପରେ ପୁଲିସ ନାମ୍ପୋ ଗ୍ରାମରୁ ନାବାଳିକାକୁ ଉଦ୍ଧାର କରିଥିଲା । କୋର୍ଟର ନିର୍ଦ୍ଦେଶକ୍ରମେ ବାଲେଶ୍ୱର ନାରୀ ମହଲରେ ନାବାଳିକାକୁ ରଖାଯାଇଥିଲା । ଜବରଦସ୍ତି ନାବାଳିକାକୁ ଉଠାଇ ଆଣି ବିବାହ କରିଥିବା ଚନ୍ଦନକୁ ଧରିବାରେ ଜଳେଶ୍ୱର ପୁଲିସ ଟାଳଟୁଳ କରିବା ପରେ ଚନ୍ଦନ ଖୁଲାମ ଖୁଲା ବୁଲିବା ସହିତ ନାବାଳିକକୁ ଉଠାଇନେବାକୁ ଧମକ ଦେଉଥିଲା । ନାବାଳିକା ନାରୀ ମହଲରୁ ଘରକୁ ଆସିବା ପାଇଁ କନ୍ଦିବା ପରେ ମା’ ଝିଲ୍ଲୀ ଝିଅକୁ ସେଠାରୁ ଆଣି ତା’ର ଭଉଣୀ ଘର ବାଲିଆପାଳ ଥାନା ରେମୁଁ ଗ୍ରାମରେ ରହିଥିଲେ । ଚନ୍ଦନ ଗତ ୧୧ ତାରିଖ ରାତ୍ରିରେ ତାର ବାପା ରୋହୀଆ ପାତ୍ର ଓ କିଛି ଭଡାଟିଆ ଗୁଣ୍ଡାଙ୍କୁ ଆଣି ରେମୁରୁ ପୁଣି ନାବାଳିକାଙ୍କୁ ଉଠାଇ ନେଇ ଚମ୍ପଟ ହୋଇଯାଇଛି । ଏନେଇ ନାବାଳିକାର ମା’ ଝିଲ୍ଲୀ ଗତ ୧୩ ତାରିଖରେ ବାଲିଆପାଳ ଥାନାରେ ଲିଖିତ ଏତଲା ଦେବାପରେ ପୁଲିସ କେସ୍ ନମ୍ବର ୩୪/୨୦୨୩ରେ ମାମଲା ରୁଜୁକରି ତନାଘନା କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking