କଟକ: ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା । ଘଟଣାସ୍ଥଳରେ ପରିଦର୍ଶନ ବେଳେ ସିଏଏମସି ମେୟର ଓ କମିଶନରଙ୍କୁ ଘେରିଲେ ଲୋକେ । ସିଏମସିର ଅବହେଳା ଯୋଗୁଁ ଏପରି ଘଟିଥିବା ଅଭିଯୋଗ ହୋଇଥିବା ସୂଚନା । ପରିବାରକୁ କ୍ଷତିପୂରଣ ଦାବି ସହ ଜେଇଙ୍କ ବଦଳି ଦାବି କଲେ ସ୍ଥାନୀୟ ଲୋକେ ।
ଖବର ଅନୁଯାୟୀ, ରବିବାର ବିଡାନାସୀ ବନ୍ଧ ଛକରେ ମୁକୁଳା ଡ୍ରେନରେ ପଡି ନାବାଳକର ମୃତ୍ୟୁ ହୋଇଥିଲା । ଗତ ରବିବାର ବିଡାନାସୀ ବନ୍ଧ ଛକ ତଳେ ରହୁଥିବା କିଣୋର ଶାହାଣୀଙ୍କ ନଅ ବର୍ଷର ଶିଶୁ ପୁତ୍ର ଯୋଶେଫ ଶାହାଣୀ ଖେଳୁଥିବା ସମୟରେ ନିକଟରେ ଯାଇଥିବା ଏକ ଡ୍ରେନର କିଛି ଅଂଶ ମୁକୁଳା ରହିଥିଲା ଯେଉଁଥିରେ ଯୋଶେଫ ପଡିଯାଇଥିଲା । ଯୋଶେଫକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।