27.1 C
Bhubaneswar
Saturday, October 19, 2024
Homeଓଡିଶାବାଇକ୍ ଧକ୍କାରେ ମାଟ୍ରିକ୍ ପରୀକ୍ଷାର୍ଥୀ ଗୁରୁତର

ବାଇକ୍ ଧକ୍କାରେ ମାଟ୍ରିକ୍ ପରୀକ୍ଷାର୍ଥୀ ଗୁରୁତର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମାଟ୍ରିକ୍ ପରୀକ୍ଷାର୍ଥୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳ ସାଢେ ୭ଟା ସମୟରେ ବି. ଏନ. ହାଇସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଦୁର୍ଘଟଣାରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଆସୁଥିବା ଜଣେ ଛାତ୍ର ଗୁରୁତର ହୋଇଥିଲେ। ଗୁରୁତର ଛାତ୍ର ଜଂଘାର ଗାଁର ରୁଦ୍ର ନାରାୟଣ ଘଡେଇ ବୋଲି ଜଣାଯାଇଛି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking