27.1 C
Bhubaneswar
Saturday, October 19, 2024
Homeଓଡିଶାଯୁବକଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

ଯୁବକଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

ବୌଦ୍ଧ:  ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ସାମ୍ପୋଚ ଗ୍ରାମରେ ଯୁବକଙ୍କୁ ଠେଙ୍ଗା ରେ ପିଟି ପିଟି ହତ୍ୟା ଘଟଣା । ଅଭିଯୁକ୍ତ ଦୁଇ ଭାଇ ମଧ୍ୟରୁ ଜଣେ ଗିରଫ। ଅଭିଯୁକ୍ତ ନିମାଇଁ ଥାଟି କୁ ଗିରଫ କଳା ଆଦର୍ଶ ଥାନା ପୋଲିସ। ସମ୍ପୋଚ ଗ୍ରାମ ନିକଟ ମହାନଦୀ ଖଣ୍ଡି ରେ ଥିବା ଗୋଟିଏ ପମ୍ପ ହାଉସ ରେ ଲୁଚିଥିବା ବେଳେ ଗିରଫ କରିଛି ପୋଲିସ। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଦୁର୍ଯ୍ୟୋଧନ ଥାଟି ଏବେ ମଧ୍ୟ ଫେରାର ଅଛନ୍ତି । ସୂଚନା ଅନୁଯାୟୀ ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ସାମ୍ପୋଚ ଗ୍ରାମର ସତ୍ୟ ନାରାୟଣ ସ୍ୱାଇଁ  ନିଜ ଘର ସାମ୍ନାରେ ବସିଥିବା ସମୟରେ ଉକ୍ତ ଗ୍ରାମର ନିମାଇଁ ଥାଟି ଓ ଦୁର୍ଯ୍ୟୋଧନ ଥାଟି ଆସି ତାଙ୍କଠାରୁ କିଛି ଟଙ୍କା ମାଗିଥିଲେ ହେଲେ ସତ୍ୟ ନାରାୟଣ ତାଙ୍କୁ ଟଙ୍କା ଦେବାକୁ ମନା କରିଥିଲେ ଯାହାକୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହି ବଚସା ଧୀରେ ଧୀରେ ଉଗ୍ରରୂପ ନେବା ପରେ ନିକଟରେ ଥିବା ଠେଙ୍ଗା ରେ ଦୁଇ ଭାଇ ସତ୍ୟ ନାରାୟଣ ଙ୍କୁ ପିଟି ପିଟି ହତ୍ୟା କରିଥିଲେ ଏବଂ ଘଟଣା ସ୍ଥଳରୁ ଫେରାର ମାରିଥିଲେ । ଘଟଣା ସ୍ଥଳରେ ଆଦର୍ଶ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ୍ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଦୁଇ ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ଭାଇ ମହାନଦୀ ଖଣ୍ଡି ରେ ଥିବା ଗୋଟିଏ ପମ୍ପ ହାଉସ ରେ ଲୁଚି ରହିଥିବା ବେଳେ ପୋଲିସ ଖବର ପାଇ ତାଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ବେଳେ ପୋଲିସ ତାକୁ ଧରିବା ପ୍ରୟାସ ଜାରି ରଖିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking