27.1 C
Bhubaneswar
Tuesday, September 24, 2024
Homeଓଡିଶାପ୍ରେମିକାକୁ ପାଇବା ପାଇଁ ପ୍ରେମିକର ଆତ୍ମହୁତି ଉଦ୍ୟମ

ପ୍ରେମିକାକୁ ପାଇବା ପାଇଁ ପ୍ରେମିକର ଆତ୍ମହୁତି ଉଦ୍ୟମ

ବଲାଙ୍ଗିର : ଅଜବ ଏ ପ୍ରେମ । ପ୍ରେମ କରି ବାହାହେଲେ । ଜେଲ୍ ଗଲେ । ନାନା ଗଞ୍ଜଣା ପାଇଲେ । ତଥାପି ସରିଲାନି ଦୁଃଖ । ହେଲେ ଆଜି ପର୍ଯ୍ୟନ୍ତ ନିଜ ପ୍ରେମିକାଙ୍କୁ ପାଇଲେ ନାହିଁ ପ୍ରେମିକ ପ୍ରବର । ତେଣୁ ବାରମ୍ୱାର ଥାନାରେ ଗୁହାରୀ କଲେ ମଧ୍ୟ ପୁଲିସ୍ ବାବୁ ଶୁଣିଲେ ନାହିଁ । ଶେଷରେ ଥାନାରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଥିଲେ ପ୍ରେମିକ । ଏପରି ଘଟଣା ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପରିସରରେ ଘଟିଛି।

ପ୍ରେମିକ ହେଉଛନ୍ତି କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁର ରିଙ୍କୁ ବାରିକ । ସେ ତୁରେକେଲା ଥାନା ଅଞ୍ଚଳର ପରୀ(ଛଦ୍ମନାମ)ଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ସେତେବେଳେ ପରୀ ନାବାଳିକା ଥିଲେ । ତେଣୁ ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ୍ ପ୍ରେମିକ ପ୍ରବର ରିଙ୍କୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ରିଙ୍କୁ ଜେଲରୁ ବାହାରିଥିଲେ । ରିଙ୍କୁ ଜେଲ୍‌ରୁ ବାହାରିଲା ବେଳକୁ ପରୀଙ୍କୁ ୧୮ ବର୍ଷ ପୂରି ଯାଇଥିଲା । ତେଣୁ ସେ ରିଙ୍କୁଙ୍କ ପାଖକୁ ପଳାଇ ଯାଇଥିଲେ । ଆଉ ରିଙ୍କ ପାଖରେ ପତ୍ନୀ ହୋଇ ରହୁଥିଲେ ପରୀ । ପ୍ରାୟ ଦୁଇ ବର୍ଷ ଧରି ଉଭୟ ଏକାଠି ରହୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking