ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚନ୍ଦ୍ରଯାନ-୩ ଅଭିଯାନରେ ଅନେକ ମହିଳା ବୈଜ୍ଞାନିକ ଓ ଇଞ୍ଜିନିୟର ପ୍ରତ୍ୟେକ୍ଷ ଭାବେ ଜଡିତ ତେଣୁ ଚଚନ୍ଦ୍ରଯାନ-୩ ନାରୀଶକ୍ତିର ଜୀବନ୍ତ ଉଦାହରଣ। ଆଜି ରେଡ଼ିଓରେ ପ୍ରଚାରିତ ମାସିକ ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ଝିଅମାନେ ବର୍ତ୍ତମାନ ଅସୀମ ମହାକାଶକୁ ଆହ୍ୱାନ ଦେବାରେ ସକ୍ଷମ ହେଉଛନ୍ତି।
ସେ କହିଛନ୍ତି, “ଯେତେବେଳେ ଆମ ଦେଶର ଝିଅମାନେ ଏତେ ଉଚ୍ଚାଭିଳାଷୀ ହୋଇଛନ୍ତି, ସେତେବେଳେ ଭାରତର ବିକାଶକୁ କିଏ ଅଟକାଇ ପାରିବ? ସେ କହିଛନ୍ତି, ଚନ୍ଦ୍ରଯାନ ଅଭିଯାନ ‘ନୂତନ ଭାରତ’ର ଆତ୍ମାର ପ୍ରତୀକ ପାଲଟିଛି।
ଶ୍ରୀ ମୋଦୀ କହିଛନ୍ତି, ଏହି ଅଭିଯାନ ସମସ୍ତ ପରିସ୍ଥିତିରେ ଜିତିବାକୁ ଚାହୁଁଥିବା ଏବଂ ଯେ କୌଣସି ପରିସ୍ଥିତିରେ କିପରି ଜିତିବାକୁ ହୁଏ ତାହା ପ୍ରତିପାଦିତ କରିଛି। ଯେତେବେଳେ ମହିଳା ଶକ୍ତିର ସାମର୍ଥ୍ୟ ଯୋଗ କରାଯାଏ, ଅସମ୍ଭବ ସମ୍ଭବ ହୁଏ ବୋଲି ସେ କହିଛନ୍ତି।