29.1 C
Bhubaneswar
Friday, January 24, 2025
Homeଓଡିଶାପ୍ରାକ ବଜେଟ ପାଇଁ ବିଧାନସଭାରେ ବସିଛି ବଡ ବୈଠକ

ପ୍ରାକ ବଜେଟ ପାଇଁ ବିଧାନସଭାରେ ବସିଛି ବଡ ବୈଠକ

ଭୁବନେଶ୍ୱର : ପ୍ରାକ ବଜେଟ ପାଇଁ ବଡ ବୈଠକ ବସିଛି ।  ଆର୍ଥିକ ବର୍ଷ  ୨୦୨୫ – ୨୬ ପାଇଁ ଫେବୃଆରୀ ୧୩ ତାରିଖରୁ ଓଡିଶା ସରକାରଙ୍କ ବଜେଟ  ଅଧିବେଶନ ଆରମ୍ଭ ହେବ ।  ରାଜ୍ୟ ସରକାର ଫେବୃଆରୀ ୧୭ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବେ ।  ଅର୍ଥ ବିଭାଗର ଦାୟିତ୍ୱରେ ଥିବା  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ।  ବିକଶିତ ଓଡିଶା ଗଠନ ପାଇଁ ସ୍ଲୋଗାନ  ଦେଉଥିବା ମୋହନ ସରକାର ଆଗାମୀ  ଆର୍ଥିକ ବର୍ଷ ପାଇଁ  କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ । ସେନେଇ ବସିଛି ଗୁରୁତ୍ୱପୂର୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ  ବସିଥିବା  ବୈଠକରେ ୨୦୨୫ରୁ ୨୬ ଆର୍ଥିକ ବର୍ଷ ପାଇଁ ଚାଲିଛି ବିଚାର ବିମର୍ଶ  । ବୈଠକରେ ଅର୍ଥନୀତି ବିଶେଷଜ୍ଞଙ୍କ ସହ ପୂର୍ୱତନ ଅର୍ଥମନ୍ତ୍ରୀ  ମଧ୍ୟ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking