27.1 C
Bhubaneswar
Friday, June 28, 2024
Homeଓଡିଶାସାମ୍ବାଦିକଙ୍କୁ ବେଡ଼ି: ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଲେ ଓଏଚ୍‌ଆରସି

ସାମ୍ବାଦିକଙ୍କୁ ବେଡ଼ି: ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଲେ ଓଏଚ୍‌ଆରସି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ପୁଲିସ୍ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ବିଭିନ୍ନ ମହଲରେ ପୁଲିସ୍‌ର ଏପରି କାର‌୍ୟ୍ୟକୁ ନେଇ ନିନ୍ଦା କରାଯାଇଥିବା ବେଳେ ମାନବାଧିକାର କ୍ଷୁଣ୍ଣ ଅଭିଯୋଗ ହୋଇଛି । ଏହାସହ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ବିରୋଧର ସ୍ୱର ଉତ୍ତୋଳନ ହୋଇଛି । ଅପରପକ୍ଷେ ରାଜ୍ୟ ମାନବାଧିକାର କମିଶନର (ଓଏଚ୍‌ଆର୍‌ସି) ଏଥିରେ ହସ୍ତକ୍ଷେପ କରି ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଗଲା ସେ ସମ୍ପର୍କରେ ଅନୁଧ୍ୟାନ କରି ଜଣାଇବାକୁ ପୂର୍ବାଞ୍ଚଳ ଆଇଜିଙ୍କୁ ନୋଟିସ୍ କରିଛନ୍ତି ଓଏଚ୍‌ଆର୍‌ସି । ୧୫ ଦିନ ମଧ୍ୟରେ ଏ ସମ୍ପର୍କରେ ରିପୋର୍ଟ କରିବାକୁ ଓଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ, ନୀଳଗିରି ପୁଲିସ୍ ମିଛ ମାମଲା ଆଧାରରେ ସ୍ଥାନୀୟ ଅଞ୍ଚଳର ଜଣେ ଟିଭି ଗଣମାଧ୍ୟମର ପ୍ରତିନିଧିକୁ ଗିରଫ କରିଛି । ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନିଳଗିରୀ ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ସାମନ୍ୟ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ଘଟଣା ସ୍ଥଳରୁ ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝା ସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଟାତ୍ ପୁଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର‌୍ୟାତନା ଦେଇଥିଲା । ତେବେ ସାମ୍ବାଦିକଙ୍କ ସାସ୍ଥ୍ୟବସ୍ତା ଗମ୍ଭୀର ହେବାରୁ ତାଙ୍କୁ ଗତକାଲି ରାତିରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍‌ତ୍ସାଳୟରେ ଭର୍ତି କରାଯାଇଛି । ନିଳଗିରୀ ପୁଲିସର ଏଭଳି ଆକ୍ରୋଶ ମୁଳକ ଘଟଣାକୁ ସମସ୍ତ ମହଲରେ ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking