26.1 C
Bhubaneswar
Saturday, October 19, 2024
Homeଓଡିଶାଇତିହାସ ରଚିଲା ପଠାଣି ସାମନ୍ତ ପ୍ଲାନେଟାରିୟମ୍

ଇତିହାସ ରଚିଲା ପଠାଣି ସାମନ୍ତ ପ୍ଲାନେଟାରିୟମ୍

ଭୁବନେଶ୍ୱର: ଚଳିତ ୨୦୨୨-୨୩ ଆର୍ôଥକ ବର୍ଷରେ ସର୍ବାଧିକ ଆୟ ଓ ସର୍ବାଧିକ ଦର୍ଶକ ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଇତିହାସ ରଚିଲା । ୧୯୯୦ ଜାନୁଆରୀ ୯ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଭୁବନେଶ୍ୱର ଠାରେ ଖୋଲା ଯାଇଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସାଧାରଣ ଲୋକଙ୍କ ପାଖରେ ବେଶ୍ ଆଦୃତ ପାଇବାରେ ଲାଗିଛି । ଚଳିତ ଆର୍ôଥକ ବର୍ଷରେ ୧,୭୫,୮୩୬ ସଂଖ୍ୟକ ଦର୍ଶକଙ୍କ ଠାରୁ ୪୩,୪୬,୨୦୫ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି ଯାହାକି ବିଗତ ୩୩ ବର୍ଷ ଇତିହାସରେ କୌଣସି ଆର୍ôଥକ ବର୍ଷ ପାଇଁ ସର୍ବାଧିକ ଅଟେ ।

ପଠାଣି ସାମନ୍ତ ପ୍ଲାନେଟାରିୟମର ପୁରୁଣା ଯନ୍ତ୍ରପାତି ୧୯୧୨ ମସିହାରେ ବଦଳାଯାଇ ଡିଜିଟାଲ ଯନ୍ତ୍ରପାତି ଅବସ୍ଥାପିତ କରାଯାଇଥିଲା । ଏହା ପରଠାରୁ ଏଗାର ବର୍ଷ ସମୟ ମଧ୍ୟରେ ପନ୍ଦର ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ପ୍ଲାନେଟାରିଅମ ‘ସୋ’ ଦେଖିବା ସହ ସେମାନଙ୍କ ଠାରୁ ୩.୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଏତଦ୍‌?ବ୍ୟତୀତ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଭଳି ମହାଜାଗତିକ ଘଟଣା ସମୟରେ ପଠାଣି ସାମନ୍ତ ପ୍ଲାନେଟାରିଅମକୁ ହଜାର ହଜାର ସଂଖ୍ୟକ ଦର୍ଶକ ଆସିଥାଆନ୍ତି ।

ଗତ ୨୦୧୭-୧୮ ମସିହାରେ ସର୍ବାଧିକ ୧.୫୪ ଲକ୍ଷ ଦର୍ଶକ ଆସିଥିଲେ ଓ ସର୍ବାଧିକ ରାଜସ୍ୱ ଆଦାୟ ୩୬.୫୧ ଲକ୍ଷ ଟଙ୍କା ହୋଇଥିଲା । ଚଳିତ ଆର୍ôଥକ ବର୍ଷର ରାଜସ୍ୱ ଆଦାୟ ଓ ଦର୍ଶକ ବିଗତ ଏଗାର ବର୍ଷର ହାରାହାରି ଆୟ ଠାରୁ ୩୨% ଅଧିକ ହୋଇପାରିଛି । ଏଠି ସୂଚାଇ ଦିଆଯାଉଛି ଯେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଟିକଟ ମୂଲ୍ୟ ଭାରତରେ ଅନ୍ୟ ପ୍ଲାନେଟାରିୟମ ତୁଳନାରେ ଅତ୍ୟନ୍ତ କମ୍ ଅଟେ । ଚଳିତ ଆର୍ôଥକ ବର୍ଷର ଶେଷ ଦିନର ଶେଷ ‘ସୋ’ରେ ଓଡ଼ିଶା ବିଜ୍ଞାନ ଏକାଡେମୀକୁ ରାଜ୍ୟର ଅଣତିରିଶଟି ଜିଲ୍ଲାରୁ ଆସିଥିବା ୬୦ଜଣ ଛାତ୍ରଛାତ୍ରୀ ଓ ୬୦ ଜଣ ଶିକ୍ଷକ ପ୍ଲାନେଟାରିୟମର ସୋ’ ଦେଖିଥିଲେ, ଓ ପରେ ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ଦ୍ୱାରା ଦିଆଯାଇଥିଲା ।

ବିଜ୍ଞାନ ଓ କାରିଗରୀ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତଥା ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ବଳିଷ୍ଠ ତତ୍ତ୍ୱାବଧାନ ଏବଂ ପ୍ଲାନେଟାରିଅମ୍‌ର ନିର୍ଦ୍ଦେଶିକା ସଂଜୁଲତା ବେହେରାଙ୍କ ସମୟାନୁଉପଯୋଗୀ ପଦକ୍ଷେପ ଏବଂ କିଛି କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ପ୍ଲାନେଟାରିୟମ୍ ଏପରି ଏକ ସଫଳତା ପାଇଛି ବୋଲି ମତ ପ୍ରକାଶ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking