27.1 C
Bhubaneswar
Friday, June 28, 2024
Homeଓଡିଶା୭ ଟିକିଆ ହାତୀପଲ ଆତଙ୍କ

୭ ଟିକିଆ ହାତୀପଲ ଆତଙ୍କ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମରେ ମାସେ ହେଲା ହାତୀପଲଙ୍କ ଉତ୍ପାତ ଜାରି ରହିଛି। ବିଳମ୍ବିତ ରାତିରେ ୭ ଟିକିଆ ହାତୀପଲ ପଶି ଆମ୍ବ, ପଣସ, କାଜୁ, କଦଳୀ, ନଡ଼ିଆଗଛ ଭାଙ୍ଗିବା ସହ ପରିବାଚାଷକୁ ମାଡ଼ିଦଳି ନଷ୍ଟ କରିଦେଉଛନ୍ତି। ହାତୀପଲ ବାଡ଼ିବଗିଚା ଉଜାଡ଼ିବା ସହ‌ ଘରେ ପଶି ଯାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତକାଲି ରାତିରେ ହାତୀପଲ ପଶି ଦାଶରଥି ବେହେରାଙ୍କ ବଗିଚାରେ ପଶି ବୋରଓ୍ବେଲ୍‌ ଭାଙ୍ଗିବା ସହ ଆମ୍ବଗଛ ଓ ବାଡ଼ ଭାଙ୍ଗି ଦେଇଛନ୍ତି। ସେହିପରି ମହେଶ୍ୱର ବେହେରାଙ୍କ ଆମ୍ବ ବଗିଚାରେ ପଶି ୩୭ଟି ଆମ୍ବଗଛକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଲକ୍ଷ୍ମୀଧର ବେହେରା, ଛବି ମହାକୁଡ଼, ମଧୁ ମହାନ୍ତ, ଡିଲେଶ୍ବର ବେହେରା, ଲମ୍ବୋଦର ମହାନ୍ତ, ଉମାକାନ୍ତ ବେହେରା, ଦଣ୍ଡଧର ବେହେରା, ଲୋକନାଥ ବେହେରା, କୃଷ୍ଣଚନ୍ଦ୍ର ବେହେରା, ହଳଧର ପ୍ରଧାନଙ୍କ ବଗିଚାରେ ପଶି ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀପଲଙ୍କ ଉପସ୍ଥିତି ତଥା କ୍ଷୟକ୍ଷତି ସମ୍ପର୍କରେ ଲୋକେ ବନ କର୍ମଚାରୀଙ୍କୁ ସୂଚନା ଦେଉଛନ୍ତି। କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିବାପାଇଁ ଘଟଣାସ୍ଥଳକୁ ଆସୁ ନଥିବା ଲୋକେ ଅଭିଯୋଗ କରିଛନ୍ତି। ନାମକୁ ମାତ୍ର ସହାୟତା ରାଶି ଦିଆଯାଉଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଅନେକ ସହାୟତା ପାଇଁ ଆବେଦନ କରୁନାହାନ୍ତି। ପ୍ରକୃତ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking