25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶ୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡଥିିଲେ ସରକାରୀ ବାବୁ

୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡଥିିଲେ ସରକାରୀ ବାବୁ

ଭୋପାଳ: ଲାଞ୍ଚ ନେଇ ଧରାପଡିବା ବେଳେ ଟଙ୍କା ଚୋବାଇ ଦେଲେ ସରକାରୀ ବାବୁ । ମଧ୍ୟପ୍ରଦେଶ, କଟନୀରୁ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ । ପଟୱାରୀ ଭାବେ କାମ କରୁଥିବା ଜଣେ ସରକାରୀ ବାବୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଆଉ ଏହି ସମୟରେ ଧରା ପଡିବାରୁ ଲାଞ୍ଚ ଟଙ୍କାକୁ ଚୋବାଇ ଚୋବାଇ ଗିଳିଦେଲେ । ଏସ୍ପି ସଂଜୟ ସାହୁଙ୍କ ଅନୁସାରେ ପଟୱାରୀ ଗଜେନ୍ଦ୍ର ସିଂହ ନିଜ ବ୍ୟକ୍ତିଗତ କାର୍ଯ୍ୟାଳୟରେ ୫ ହଜାର ଟଙ୍କାର ଲାଞ୍ଚ ନେଉଥିଲେ ।

ହେଲେ ଏହା ପରେ ତାଙ୍କୁ ଲାଗିଲା କେ ଏହା ଲୋକାୟୁକ୍ତ ସ୍ପେଶାଲ ପୋଲିସର ଏକ ଯୋଜନା । ଲାଞ୍ଚ ନେବାବେଳେ ତାଙ୍କୁ ଧରିବାକୁ ଯୋଜନା କରାଯାଇଛି ବୋଲି ଜାଣିବାକୁ ପାଇଲେ ପଟୱାରୀ ଗଜେନ୍ଦ୍ର ସିଂହ । ଗିରଫ ହେବା ଭୟରେ ବାବୁ ଜଣଙ୍କ ଲାଞ୍ଚ ଟଙ୍କାଙ୍କୁ ଚୋବାଇ ଖାଇଦେଇଥିଲେ । ଏହି ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି । ସରକାରୀ ବାବୁ ଟଙ୍କା ଗିଳିଦେବାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking