ଲକ୍ଷ୍ନୌ : ଯମୁନା ନଦୀଶଯ୍ୟାରେ ଆଇଓସି (ଇଣ୍ଡିଆନ ଅଏଲ କର୍ପୋରେସନ) ପକ୍ଷରୁ ବିଛାଯାଇଥିବା ଗ୍ୟାସ ପାଇପ୍ଲାଇନ ଫାଟିଯିବାରୁ ନଦୀଜଳ ଉତ୍ତର ପ୍ରଦେଶର ବାଗପତ୍ ସହରରେ ପ୍ରବେଶ କରିଥିବା ଜଣାପଡିଛି । ଗ୍ୟାସ ପାଇପ୍ଲାଇନ ଫାଟିବା ଫଳରେ ଯମୁନା ନଦୀଜଳ ହଠାତ୍ ଉଛୁଳି ପଡିଥିଲା । ପୁଲିସ ଓ ଦମକଳ ବାହିନୀ ସହାୟତାରେ ଆଇଓସି ଇଞ୍ଜିନିୟରମାନେ ତୁରନ୍ତ ଉକ୍ତ ଗ୍ୟାସ୍ ପାଇପଲାଇନକୁ ମରାମତି କରିବାପରେ ସ୍ଥିତି ସ୍ୱାଭାବିକ ହୋଇଥିବା କୁହାଯାଇଛି । ସ୍ଥାନୀୟ ବାସିନ୍ଦା ସହରରେ ପ୍ରବେଶ କରିଥିବା ନଦୀଜଳର ଦୃଶ୍ୟକୁ ଭିଡିଓ କରି ସୋସିଆଲ ମିଡିଆରେ ଅପ୍ଲୋଡ୍ କରିଛନ୍ତିି ।