26.1 C
Bhubaneswar
Thursday, September 19, 2024
Homeଓଡିଶାଧାର ଟଙ୍କାକୁ ନେଇ ସାଙ୍ଗକୁ ପିଟିପିଟି ହତ୍ୟା

ଧାର ଟଙ୍କାକୁ ନେଇ ସାଙ୍ଗକୁ ପିଟିପିଟି ହତ୍ୟା

ଭୁବନେଶ୍ୱର: ଧାର ଟଙ୍କାକୁ ନେଇ ଖଣ୍ଡଗିରି ଥାନା ଶିରିପୁର ମାର୍କେଟରେ ଏକ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କ ମାଡରେ ଜାଗମରାରେ ରହୁଥିବା ଅମିତ କାନୁନଗୋଙ୍କର ମୃତ୍ୟୁ ଘଟିଛି । ପୋଲିସ ଏହି ଘଟଣାର ୫ ଦିନ ପରେ ବୁଧବାର ଅଭିଯୁକ୍ତ ପାନ ଦୋକାନୀ ତଥା ଶିରିପୁର ଶବରସାହିର ବିକାଶ ମହାପାତ୍ରକୁ ଗିରଫ କରିଛି । ତାଙ୍କ ବିରୋଧରେ ଦଫା ୩୦୨ ଓ ୩୦୭ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି? ସୂଚନା ଅନୁସାରେ, ମୃତ ଅମିତ କାନୁନଗୋ ଏକ କୋ-ଅପରେଟିଭ ବ୍ୟାଙ୍କରେ କାର୍ଯ୍ୟ କରନ୍ତି । ଶିରିପୁର ମାର୍କେଟରେ ପାନ ଦୋକାନ କରିଥିବା ବିକାଶଙ୍କ ତାଙ୍କର ବନ୍ଧୁ ଅଟନ୍ତି? ବ୍ୟବସାୟରେ କିଛି ଟଙ୍କା ଦରକାର ପଡିବାରୁ ଅଭିଯୁକ୍ତ ବିକାଶ, ମୃତକ ଅମିତ କାନୁନଗୋଙ୍କ ନିକଟରୁ କିଛି ଟଙ୍କା ଧାର ସୂତ୍ରରେ ଆଣିଥିଲେ ।

ସେଥିରୁ କିଛି ଟଙ୍କା ସେ ଫେରାଇ ଥିବା ବେଳେ ଆଉ କିଛି ଟଙ୍କା ବାକି ଥିଲା । ୨୨ ତାରିଖ ରାତିରେ ମୃତକ ଅମିତ କାନୁନଗୋ, ତାଙ୍କର ଜଣେ ବନ୍ଧୁ ଦ୍ୱାରି ଓରଫ ଲକ୍ଷ୍ମୀଧର ନାୟକଙ୍କୁ ସାଙ୍ଗରେ ନେଇ ଧାର ଟଙ୍କା ମାଗିବାକୁ ଶିରିପୁର ମାର୍କେଟରେ ଥିବା ଅଭିଯୁକ୍ତ ଦୋକାନ ନିକଟକୁ ଆସିଥିଲେ । ଧାର ଟଙ୍କା ମାଗିବାକୁ ନେଇ ସେଠାରେ ପରସ୍ପର ମଧ୍ୟରେ ଝଗଡା ହୋଇଥିଲା? ଏହି ସମୟରେ ଅଭିଯୁକ୍ତ ବିକାଶ ମହାପାତ୍ର ହଠାତ ଉତ୍ତ୍ୟକ୍ତ ହୋଇ ଉଭୟଙ୍କୁ ପ୍ରବଳ ମାଡ ମାରିଥିଲେ । ମାଡରେ ଉଭୟ ଗୁରୁତର ଆହତ ହେବା ସହିତ ଅଚେତ ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଜଣେ ବ୍ୟକ୍ତି ଲକ୍ଷ୍ମୀଧର ନାୟକଙ୍କୁ ଅଚେତ ହୋଇ ତଳେ ପଡିଥିବା ଦେଖିପାରି ୧୦୮ ଅମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟଲକୁ ସ୍ଥାନାନ୍ତର କରିଥିଲେ ଏବଂ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking