18.1 C
Bhubaneswar
Saturday, November 23, 2024
Homeଓଡିଶାପୁରୀ ସମୁଦ୍ରରେ ନିର୍ମାଣ ହେବ ଭସା ପୋଲ

ପୁରୀ ସମୁଦ୍ରରେ ନିର୍ମାଣ ହେବ ଭସା ପୋଲ

ପୁରୀ : ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସମୁଦ୍ରରେ ନିର୍ମାଣ ହେବ ଏକ ଭସା ପୋଲ । ପର୍ଯ୍ୟଟକମାନେ ଭସା ପୋଲରେ ଯାଇ ସମୁଦ୍ର ମଝିରେ ଜଳକ୍ରୀଡ଼ାର ମଜା ନେବେ । ଏଥିରେ ଏକ ସଙ୍ଗେ ୫ ହଜାର ପର୍ଯ୍ୟଟକ ଯାତ୍ରା କରିପାରିବେ । ଏଥିସହିତ ଜେଟ ସ୍କି, ସର୍ଫିଂ, ପାରାସେଲିଂ, ୱାର ସ୍କେଟିଂ, ଡାଇଭିଂ ଆଜି ବିଭିନ୍ନ ପ୍ରକାରର ଜଳ ରୋମାଞ୍ଚର ମଜା ନେଇପାରିବେ । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜଳକ୍ରୀଡ଼ା କମିଟି ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି ।

ତେବେ ସୂଚନା ମୁତାବକ, ଆସନ୍ତା ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବ । ପୁରୀର ସିପସରୁବାଲି ସମୁଦ୍ରରେ ଏହି ଭସା ପୋଲ ନିର୍ମାଣ ହେବ ବୋଲି ପରିକଳ୍ପନା କରାଯାଇଛି । ନୋ ଅବଜେକସନ ସାର୍ଟିଫିକେଟ (ଏନଓସି) ମିଳିବା ପରେ ଏହି କାର୍ଯ୍ୟ ଆଗେଇବ ବୋଲି କୁହାଯାଇଛି । ସାମୁଦ୍ରିକ ଜଳକ୍ରୀଡ଼ା ରୋମାଞ୍ଚ ପାଇଁ ନିକଟରେ ଏକ କମ୍ପାନୀ ଆବେଦନ କରିଥିବା ଜଣାପଡ଼ିଛି । ଭସା ପୋଲ ପାଇଁ ଉକ୍ତ କମ୍ପାନୀ ୩୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking