26.1 C
Bhubaneswar
Sunday, July 7, 2024
Homeଓଡିଶା୨୫ ହଜାରରେ ବିକ୍ରି ହେଲା ୧୧୦କେଜି ଓଜନର ମାଛ

୨୫ ହଜାରରେ ବିକ୍ରି ହେଲା ୧୧୦କେଜି ଓଜନର ମାଛ

ଜଳେଶ୍ବର: ଆପଣ ମାନେ ମାଛ ଦେଖିଥିବେ , କିନ୍ତୁ ୧୧୦ କିଲୋର ମାଛ କେବେ ଦେଖିଛନ୍ତି  । ହଁ ଆଜ୍ଞା ଦୀଘା ମୁହାଣ ସମୁଦ୍ରରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୧୧୦ କିଲୋ ଓଜନର ଏକ ମାଛ ପଡିଛି  । ଯାହାକୁ ଦେଖିବାକୁ ଆଜି ଦୀଘା ମୁହାଣ ମାଛ ମାର୍କେଟରେ ପ୍ରବଳ ଲୋକଙ୍କର ଭିଡ ଜମିଥିଲା । ଏହି ବିରାଟ ମାଛଟିକୁ ଭୋଲା ମାଛ ବୋଲି କୁହାଯାଉଛି।ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମାଛ ମାର୍କେଟରେ ବିଶାଳକାୟ ଭୋଲା ମାଛଟି ବିକ୍ରି ହୋଇଛି  । ତାହା ପୁଣି ୨୫ ହଜାର ଟଙ୍କାରେ  ।

ପାରାଦ୍ୱୀପ ପୋର୍ଟରୁ ମତ୍ସ୍ୟଜୀବୀମାନେ ଏହି ମାଛଟିକୁ ଧରି ଦୀଘା ମୁହାଣରେ ଥିବା ମାଛ ମାର୍କେଟକୁ ବିକ୍ରି ପାଇଁ ଆଣିଥିଲେ। ବିବିସି ନାମକ ଏକ କମ୍ପାନୀ ଏହି ମାଛଟିକୁ କିଣିଥିବା ଯାହା ସୂଚନା ମିଳିଛି । ଏହି ମାଛରୁ ବିଭିନ୍ନ ପ୍ରକାରର ଓୗଷଧ ତିଆରି ହେଉଥିବାରୁ ବିଦେଶରେ ଏହି ମାଛର ବେଶ୍ ଚାହିଦା ରହିଛି । ତେଣୁ ଏହାକୁ  ବିଦେଶକୁ ରପ୍ତାନି କରାଯିବ ବୋଲି ସୂଚନା ମିଳିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking