30.1 C
Bhubaneswar
Saturday, July 6, 2024
Homeଦେଶ ବିଦେଶଶୁଦ୍ଧିକ୍ରିୟା ପାଇଁ ରୋଷେଇ ଚାଲିଥିବା ବେଳେ ସିଲିଣ୍ଡରରେ ଲାଗିଲା ନିଆଁ

ଶୁଦ୍ଧିକ୍ରିୟା ପାଇଁ ରୋଷେଇ ଚାଲିଥିବା ବେଳେ ସିଲିଣ୍ଡରରେ ଲାଗିଲା ନିଆଁ

ୟୁପି: ୟୁପିର ହମିରପୁର ଜିଲ୍ଲାରେ ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଗଲା। ଏହି ଘଟଣାରେ ପରିବାର ୧୧ ଜଣ ସଦସ୍ୟ ଜଳିପୋଡିଯାଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ ଝାନ୍ସି ରେଫର କରାଯାଇଛି ।

ସ୍ଥାନୀୟ ଏସଡିଏମ୍‌ ପବନ ପାଠକ କହିଛନ୍ତି, ମୁଗଲପୁରା ଅଞ୍ଚଳର ନିବାସୀ ପରମଲାଲ ସାହୁଙ୍କ ପତ୍ନୀ କିଶୋରୀ ଦେବୀଙ୍କ ପରଲୋକ ହୋଇଥିଲା। ତେଣୁ ଘରେ ଅସ୍ଥି ବିସର୍ଜନ କରିବା ପରେ ଶୁଦ୍ଧିକ୍ରିୟା କାମ ଚାଲୁଥିଲା । ଆଉ ଏଥିପାଇଁ ରୋଷେଇ ହେଉଥିବା ବେଳେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା।

ଘଟଣାରେ ପରମଲାଲଙ୍କ ପୁଅ ଶ୍ୟମ ବିହାରୀ(୫୫), ପ୍ରକାଶ(୬୩), ଗୋପୀନାଥ(୬୬), ଜଗତ (୫୪), ନାତି ଆୟୁଷ(୧୫), ଅଖିଳେଶ, ରାଜଦୀପ, ବିରେନ୍ଦ୍ର, ଓକାର, ଫୁଲା ଦେବୀଙ୍କ ସହିତ ୧୧ ଜଣ ପୋଡିଯାଇଛନ୍ତି । ନିଆଁ ଲାଗିବା ପରେ ପଡୋଶୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସେମାନଙ୍କୁ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ଝାନ୍ସି ରେଫର କରାଯାଇଛି ।

ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଡକମ୍ପ ସୃଷ୍ଟି ହୋଇଛି । ଘଟଣା ବିଷୟରେ ସୂଚନା ପାଇବା ପରେ ପ୍ରକାଶ ପାଠକ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking