32.1 C
Bhubaneswar
Tuesday, October 22, 2024
Homeଓଡିଶାମାଲବାହୀ ଟ୍ରେନ ବଗିରେ ଲାଗିଲା ନିଆଁ

ମାଲବାହୀ ଟ୍ରେନ ବଗିରେ ଲାଗିଲା ନିଆଁ

ବାଲେଶ୍ବର : ଟ୍ରେନ୍‌ରେ ବାରମ୍ଵାର ଅଗ୍ନିକାଣ୍ଡ ଘଟିବାର ସମସ୍ୟା ବଢ଼ିବାରେ ଲାଗିଛି । ଯାତ୍ରୀବାହୀ ଟ୍ରେନ ହେଉ କି ମାଲବାହୀ ଟ୍ରେନ ସବୁଠି ଘଟୁଛି ଅଗ୍ନିକାଣ୍ଡ । ସୂଚନା ଅନୁସାରେ, ଆଜି ବାଲେଶ୍ବର ଜିଲ୍ଲା ସୋର ରେଳଷ୍ଟେସନରେ ଗୋଟେ ମାଲବାହୀ ଟ୍ରେନରେ ଘଟିଛି ଅଗ୍ନିକାଣ୍ଡ । ଟ୍ରେନର ବଗିରେ ନିଆଁ ଲାଗି ଧୂଆଁ ବାହାରିଥିଲା । ପରେ ସ୍ଥାନୀୟ ଲୋକ ଷ୍ଟେସନ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ନିଆଁ ଗୋଟେ ବଗିରେ ଲାଗିସାରିବା ପରେ ତିନୋଟି ବଗିକୁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକ , ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣାସ୍ଥଳରେ ରେଳ ଷ୍ଟେସନ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କେଉଁ କାରଣରୁ ଏବଂ କିପରି ଅଗ୍ନିକାଣ୍ଡ ଘଟିଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking