24.1 C
Bhubaneswar
Sunday, October 6, 2024
Homeଖେଳସାଇଲୋ କନଭେୟର ବେଲ୍ଟରେ ଅଗ୍ନିକାଣ୍ଡ ୟୁନିଟ୍ ୩ ର ୫୦୦ ମେଘା ମେଗାୱାଟ୍ ଉତ୍ପାଦନ ବନ୍ଦ

ସାଇଲୋ କନଭେୟର ବେଲ୍ଟରେ ଅଗ୍ନିକାଣ୍ଡ ୟୁନିଟ୍ ୩ ର ୫୦୦ ମେଘା ମେଗାୱାଟ୍ ଉତ୍ପାଦନ ବନ୍ଦ

କଣିହାଁ : ତାଳଚେର ଉପଖଣ୍ଡ କଣିହାଁ ବ୍ଲକସ୍ଥିତ ଏନଟିପିସି ବିଦ୍ୟୁତ୍ ପ୍ରକଳ୍ପର ୨ ୟୁନିଟ୍ ତିନି ୟୁନିଟ୍ କୁ କନଭେୟର ବେଲ୍ଟ ୧୫ ଏବି ମାଧ୍ୟମରେ ଞଚ୧୬ ଦ୍ୱାରା କୋଇଲା ଯୋଗାଣ କରାଯାଇଥାଏ । ୧୫ଏବି ରେ କୌଣସି କାରଣ ବଶତଃ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ କନଭେୟର ବେଲ୍ଟ ରେ ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା ରୁ ଜଣାଯାଇଛି । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା ସାଇଲୋ କନଭେୟର ବେଲ୍ଟରେ ନିଆଁ ଲାଗିଛି ଓ ଏହିଅଗ୍ନିକାଣ୍ଡଯୋଗୁଁ ବିଭିନ୍ନ ଯନ୍ତ୍ରାଂଶଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ପ୍ଲାଣ୍ଟ ଭିତରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଏନଟିପିସି ପ୍ରକଳ୍ପର ୪ଟି ଅଗ୍ନିଶମ ଗାଡ଼ି ତାଳଚେର ଅନୁଗୁଳ କଣିହାଁ ଅଗ୍ନିଶମ ର ଗୋଟିଏ ଲେଖାଏଁ, ଜେଆଇଟିପିଏଲ ଯେଏସ୍ପିଏଲ ପ୍ଲାଣ୍ଟ ଗୋଟିଏ ଲେଖାଏଁ ମୋଟ ୯ ଟି ଗାଡି ସହିତ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ନିୟୋଜିତ ହୋଇଥିଲେ । ଅଗ୍ନିକାଣ୍ଡ କୁ ଦୁଇ ଘଣ୍ଟା ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିପାରି ଥିଲେ । ତେବେ କନଭେୟର ବେଲ୍ଟରୁ କୋଇଲାରେ ଲାଗିଯାଇଥିବାରୁ ଅଞ୍ଚଳ ଧୁଆଁମୟ ହୋଇ ଜନସାଧାରଣ ଭୟଭୀତ ହୋଇଯାଇଥିଲେ । ଏଥିରେ କୋଟି କୋଟି ଟଙ୍କା କ୍ଷୟକ୍ଷତି ହୋଇଥିବା ଅନୁମନ କରାଯାଉଛି । ଏହା ର ଉଚ୍ଚସ୍ତରୀୟ ଅଧିକାରୀ ତଦନ୍ତ ପରେ ଅଗ୍ନିକାଣ୍ଡ ସତ୍ୟାସତ୍ୟ ଓ କ୍ଷୟକ୍ଷତି ଅକଳନ କରାଯାଇପାରିବ ।

ଏନଟିପିସି ପ୍ରକଳ୍ପର ସୁରକ୍ଷା ବିଭାଗ କଡାକଡି ଥିବାବେଳେ ଏଭଳି ଘଟଣା ଘଟିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । କନଭେୟର ବେଲ୍ଟ ରେ ପ୍ଲାଣ୍ଟ ଭିତରେ ଅଗ୍ନି ନିର୍ବାକ ଓ ଗ୍ରୀଷ୍ମକାଳୀନ ଅତ୍ୟଧିକ ଉତ୍ତପ୍ତ କୁ ପ୍ରତିରୋଧକ କାର୍ଯ୍ୟ ପାଇଁ ପାଣି ସିଞ୍ଚନ ବ୍ୟବସ୍ଥା ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା କଡାକଡି କରିବା ସହିତ ଡେସ୍କ ପ୍ଲେଟ ରେ କୋଇଲା ଗୁଣ୍ଡ କୁ ସଠିକ ଭାବେ ପରିଚାଳନା କରୁନଥିବାରୁ ଏଭଲି ହେବାର ଆଶଙ୍କା ହୋଇଥାଏ । ଏନଟିପିସି ପ୍ରକଳ୍ପର ଏଜିଏମ (ଏଚ୍‌ଆର) ଅଧିକାରୀ ବି କେ ପାଣ୍ଡେ ଙ୍କ ପ୍ରେସ ବିଜ୍ଞପ୍ତି ରୁ ଜଣାଯାଏ ଯେ ଅଗ୍ନିକାଣ୍ଡ ଯୋଗୁଁ ୟୁନିଟ୍ ୩ କୁ କାର୍ଯ୍ୟକ୍ଷମ କରିବା ପର୍ଯ୍‌ଯନ୍ତ ୫୦୦ ମେଗା ୱାଟ ବିଦ୍ୟୁତ ଉତ୍ପାଦନ ତୁରନ୍ତ ବନ୍ଦ କରାଯାଛି । ଏହି ଅଗ୍ନିକାଣ୍ଡ ରେ କୌଣସି ଶ୍ରମିକ ଓ କର୍ମଚାରୀ ମାନେ ସୁରକ୍ଷିତ ରହିବା ସହିତ କାହା କିଛି କ୍ଷତି ହୋଇନଥିବା ସୂଚନା ଦେଇଛନ୍ତି । ଏଭଳି ଆକସ୍ମିକ ଦୁର୍ଘଟଣା ଯୋଗୁଁ ରାଜ୍‌ଯ ସରକାର କୁ ସମସ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଅଗ୍ନିଶମ ସେବା , ସିଆଇଏସ୍‌ଏଫ୍ ଓ ପ୍ଲାଣ୍ଟ ଜରୁରୀକାଳୀନ ବିଭାଗ ପକ୍ଷରୁ ସେବା ଯୋଗାଇ ଦେଇ ଥିବାରୁ ଶ୍ରୀ ପାଣ୍ଡେ କୃତଜ୍ଞତା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking