30.1 C
Bhubaneswar
Wednesday, June 26, 2024
Homeଅପରାଧଗର୍ଭବତୀ ଝିଅ ଉପରେ ଟ୍ରାକ୍ଟର ଚଢାଇଦେଲେ ଫାଇନାନ୍ସ କର୍ମଚାରୀ

ଗର୍ଭବତୀ ଝିଅ ଉପରେ ଟ୍ରାକ୍ଟର ଚଢାଇଦେଲେ ଫାଇନାନ୍ସ କର୍ମଚାରୀ

ରାଞ୍ଚି: ବାପା ଫାଇନାନ୍ସ କମ୍ପାନୀରୁ ଲୋନ ନେଇଥିଲେ । ହେଲେ କିସ୍ତି ନ ଶୁଝିବାରୁ ଗର୍ଭବତୀ ଝିଅ ଉପରେ ଟ୍ରାକ୍ଟର ଚଢାଇ ଦେଲେ ଲୋନ୍ ଆଦାୟ କରିବାକୁ ଯାଇଥିବା ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ ଏଜେଣ୍ଟ । ଝାଡଖଣ୍ଡ ହଜାରିବାଗ ଜିଲ୍ଲାରେ ଏଭଳି ଅମାନବୀୟ ଘଟଣା ପ୍ରକାଶ ପାଇଛି । ମୃତ ମହିଳାଙ୍କ ନାମ ମୋନିକା ଦେବୀ(୨୭) ଏବଂ ସେ ୩ ମାସର ଗର୍ଭବତୀ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ହଜାରିବାଗ ବରିୟାଥ ଗାଁର ମିଥିଲେଶ ମେହତା ନାମକ କୃଷକ ମହିନ୍ଦ୍ରା ଫାଇନାନ୍ସରୁ ଲୋନ୍ ନେଇ ଟ୍ରାକ୍ଟର କିଣିଥିଲେ । ହେଲେ ଠିକ୍ ସମୟରେ କିସ୍ତି ପରିଶୋଧ କରିପାରି ନଥିଲେ । ତେଣୁ ଟଙ୍କା ଆଦାୟ କରିବାକୁ ଅଚାନକ ତାଙ୍କ ଘରେ ପହଞ୍ଚିଥିଲେ ଫାଇନାନ୍ସ କମ୍ପାନୀର ଲୋନ ଆଦାୟକାରୀ ଏଜେଣ୍ଟ । କିସ୍ତି ନ ଶୁଝିବା ଯୋଗୁଁ କର୍ମଚାରୀମାନେ କୃଷକଙ୍କ ଟ୍ରାକ୍ଟର ଜବତ କରିଥିଲେ ।

ଏହାକୁ ନେଇ କୃଷକଙ୍କ ଝିଅ ଓ ଫାଇନାନ୍ସ କର୍ମଚାରୀଙ୍କ ମଧ୍ୟରେ ଖୁବ୍ ପାଟିତୁଣ୍ଡ ହୋଇଥିଲା । ଏହାପରେ କର୍ମଚାରୀମାନେ ଜୋର ଜବରଦସ୍ତ ଟ୍ରାକ୍ଟର ନେଇ ଯାଉଥିବା ସମୟରେ ହଠାତ୍ ଗର୍ଭବତୀଜଣକ ତାଙ୍କ ସାମ୍ନାକୁ ଚାଲି ଆସିଥିଲେ । କିନ୍ତୁ କର୍ମଚାରୀମାନେ ଏହାକୁ ଖାତିର ନ କରି ତାଙ୍କ ଉପରେ ଟ୍ରାକ୍ଟର ମଡାଇ ଦେଇଥିବା ପୀଡିତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହାପରେ ଗର୍ଭବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣାରେ ଫାଇନାନ୍ସ କମ୍ପାନୀର ମ୍ୟାନେଜରଙ୍କ ସମେତ ମୋଟ ୪ ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇଛି । ମହିନ୍ଦ୍ରା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅନିଶ ଶାହ ଏହି ଅଭାବନୀୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହାସହିତ କହିଛନ୍ତି ଯେ, କମ୍ପାନୀ ପୁରା ମାମଲାର ତଦନ୍ତ କରିବ । ତଦନ୍ତ ସମୟରେ ଅଧିକାରୀଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking