30.1 C
Bhubaneswar
Wednesday, December 4, 2024
Homeଦେଶ ବିଦେଶକୃଷକଙ୍କ ଦିଲ୍ଲୀ ଯାତ୍ରା

କୃଷକଙ୍କ ଦିଲ୍ଲୀ ଯାତ୍ରା

ନୂଆଦିଲ୍ଲୀ : ଆଜି ହଜାର ହଜାର କୃଷକ ୟୁନାଇଟେଡ କିସାନ ମୋର୍ଚ୍ଚାଙ୍କ ନେତୃତ୍ୱରେ  ନୋଏଡାଠାରୁ  ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।  ଏହାର ଗୋଟିଏ ଦିନ ପୂର୍ୱରୁ  କୃଷକ ଏବଂ ପ୍ରଶାସନ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ  ବୈଠକ  ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଦିନ ଧରି କୃଷକମାନେ ଦାବି ରଖି ଆସୁଥିଲେ । ରବିବାର ଦିନ ଦାବି ଉପରେ କୌଣସି ସହମତି ହୋଇନଥିବାରୁ  କୃଷକମାନେ ଦିଲ୍ଲୀ ଚଲୋ ସ୍ଲୋଗାନ ଦେଇଥିଲେ ।  କୃଷକମାନଙ୍କ ଦାବି ଯେ  ଜମି ଅଧିଗ୍ରହଣ ବଦଳରେ  ସେମାନଙ୍କୁ ୧୦ ପ୍ରତିଶତ  ବିକଶିତ ଜମି ଦିଆଯାଉ । ଏବଂ ୬୪. ୭ ପ୍ରତିଶତ ହାରରେ କ୍ଷତିପୂରଣ ଦିଆଯାଉ । ଭୁମିହୀନ କୃଷକଙ୍କ   ପିଲାମାନଙ୍କୁ ଟଙ୍କା ଦିଆଯାଉ । ଏ ସମସ୍ତ ନିଷ୍ପତ୍ତି  ସରକାରୀ ସ୍ତରରେ ନିଆଯିବା ଉଚିତ । ୨୮ ନଭେମ୍ବରରୁ  ୧ ଡିସେମ୍ବର ପୟନ୍ତ  ଯମୁନା ବିକାଶ  ପ୍ରାଧିକରଣ ବାହାରେ  ବିରୋଧ କରାଯାଇଥିଲା ।  କୃଷକମାନଙ୍କ ଦିଲ୍ଲୀ ଅଭିମୁଖେ ଯାତ୍ରାକୁ ନେଇ ଜିଲ୍ଲାର ବିଭିନ୍ନ  ଛକରେ ବହୁ ସଂଖ୍ୟକ  ପୋଲିସ ଫୋର୍ସ  ମୁତୟନ କରାଯାଇଛି । ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲା ସୀମାରେ ପ୍ରତିବନ୍ଧକ ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking