22.1 C
Bhubaneswar
Friday, February 13, 2026
Homeଅପରାଧରାସ୍ତା ମଝିରେ ମହିଳାଙ୍କୁ ଓଲା ଡ୍ରାଇଭରଙ୍କ ଦୁର୍ବ୍ୟବହାର

ରାସ୍ତା ମଝିରେ ମହିଳାଙ୍କୁ ଓଲା ଡ୍ରାଇଭରଙ୍କ ଦୁର୍ବ୍ୟବହାର

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଅଘଟଣ । ମହିଳାଙ୍କୁ ଓଲା ଅଟୋ ଡ୍ରାଇଭରଙ୍କ ଦୁର୍ବ୍ୟବହାର। ସେ ମହିଳାଙ୍କୁ ଚାପୁଡ଼ା ମଧ୍ୟ ମାରିଛନ୍ତି । ଓଲା ଆପ୍‌ ଜରିଆରେ ମହିଳା ଜଣଙ୍କ କରିଥିବା ଅଟୋ ବୁକିଂକୁ ବାତିଲ କରିଦେବାରୁ ତାଙ୍କ ସହ ଡ୍ରାଇଭର ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି। ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଅଟୋ ଡ୍ରାଇଭର ଜଣଙ୍କ ମହିଳାଙ୍କ ସହ ଯୁକ୍ତି ତର୍କ କରୁଛନ୍ତି। ଏଥିସହ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେବାକୁ ଚେଷ୍ଟା କରିବାର ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ବେଶ ଉତ୍ତେଜିତ ଢଙ୍ଗରେ ମହିଳାଙ୍କ ସହ ଅଟୋ ଡ୍ରାଇଭର ଜଣଙ୍କ ଯୁକ୍ତି କରୁଛନ୍ତି। କାହିଁକି ଚିତ୍କାର କରୁଛ ବୋଲି ମହିଳା ଜଣଙ୍କ ପ୍ରଶ୍ନ କରିବାରୁ ଏହାର ଜବାବରେ ଡ୍ରାଇଭର ଜଣଙ୍କ କହୁଛନ୍ତି ଯେ ଗ୍ୟାସ ପକାଇବାକୁ କ’ଣ ତୋ ବାପା ପଇସା ଦେଉଛି? ଏହାପରେ ମହିଳା ଜଣଙ୍କ ତାଙ୍କୁ ପୁଲିସ୍‌ କେସ୍‌ର ଧମକ ଦେଇଥିଲେ। ଏହା ଶୁଣି ଡ୍ରାଇଭର ଜଣଙ୍କ ଯାହା ଇଚ୍ଛା ସେୟା କର ବୋଲି କହିଥିଲେ। କାହିଁକି ଚାପୁଡ଼ା ମାରିଲ ବୋଲି ମହିଳା ଜଣଙ୍କ ପଚାରିବାରୁ ଅଟୋ ଡ୍ରାଇଭର ତାଙ୍କ ଫୋନ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ପୁଲିସ୍‌ ଷ୍ଟେସନ ଯିବାକୁ ସେ ମହିଳାଙ୍କୁ ଅଟୋରେ ବସିବାକୁ ଚିତ୍କାର କରି କହିଥିଲେ। ହେଲେ ସେ ମନା କରିଥିଲେ। ଭିଡିଓ ଶେଷ ଭାଗରେ ଡ୍ରାଇଭର ଜଣଙ୍କ ନିଜ ଗାଡ଼ି ଷ୍ଟାର୍ଟ କରି ଚାଲି ଯାଉଥିବା ଦେଖିବାକୁ ମିଳୁଛି। ମହିଳାଙ୍କ କହିବା କଥା ସେ ଓ ତାଙ୍କ ବନ୍ଧୁ ପ୍ରାଥମିକ ଭାବେ ଓଲାରେ ଦୁଇଟି ଅଟୋ ବୁକ କରିଥିଲେ। ହେଲେ ସେ ବୁକ କରିଥିବା ଅଟୋ ପ୍ରଥମେ ଆସିବାରୁ ବନ୍ଧୁ ଜଣଙ୍କ ବୁକ କରିଥିବା ଅଟୋକୁ ସେ ବାତିଲ କରି ଦେଇଥିଲେ। ବାସ୍‌ ବାତିଲ ହୋଇ ଯାଇଥିବା ଅଟୋର ଡ୍ରାଇଭର ତାଙ୍କର ପିଛା କରି ଦୁର୍ବ୍ୟବହାର କରିଥିଲେ। ମହିଳା ଜଣଙ୍କ ସୋଶାଲ ମିଡିଆରେ ଘଟଣା ସମ୍ପର୍କରେ ସୂଚନା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଭିଡିଓ ଭାଇରାଲ ହେବାର ପରେ ଓଲା ପକ୍ଷରୁ ଘଟଣାର ତଦନ୍ତ ହେବ ବୋଲି କୁହାଯାଇଛି। ପୁଲିସ୍‌ ମଧ୍ୟ ସଂପୃକ୍ତ ଅଟୋ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking