କଲମପୁର:ଶୁକ୍ରବାର ସଂଧ୍ୟାରେ ବଙ୍କାପଲା ଠାରେ ଘଟିଛି ଅଘଟଣ। ଜନୈକ ବ୍ୟକ୍ତିର ଠେଙ୍ଗା ମାଡରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହେଇଛନ୍ତି। ଅବସ୍ଥା ଗୁରୁତର ଥିବାରୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ରାତି ୮ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବଙ୍କପଲା ଗ୍ରାମର ବିଦ୍ୟାଧର ବାଗ ନାମକ ବ୍ୟକ୍ତି ନିଜ ଜମି ନିକଟରେ ଗାଈ ଚରାଉଥିଲେ। ସେହି ସମୟରେ ସେହି ଗ୍ରାମର ଦୀନ ବନ୍ଧୁ ପୁଝାରୀ ନାମକ ବ୍ୟକ୍ତି ପୂର୍ବ ଶତୃତାକୁ କେନ୍ଦ୍ରକୁ ଅତର୍କିତ ଭାବେ ବିଦ୍ୟାଧରର ମୁଣ୍ଡକୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ।
ଯାହାରି ଫଳରେ ବିଦ୍ୟାଧରରର ମୁଣ୍ଡ ଫାଟି ଯାଇଥିବା ବେଳେ ହାତ ଭାଙ୍ଗି ଯାଇଛି। ଗୁରୁତର ଅବସ୍ଥାରେ ତାକୁ ପରିବାର ଲୋକ ଉଦ୍ଧାର କରି ପ୍ରଥମେ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଜମି ସଂକ୍ରାନ୍ତୀୟ ପୂର୍ବ ବିବାଦ ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଏନେଇ ପିଡିତ ବିଦ୍ୟାଧରର ପତ୍ନୀ କଲମପୁର ଥାନାର ଦ୍ୱାରସ୍ଥ ହେଇଛନ୍ତି। କଲମପୁର ଥାନା ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ପିଡିତକୁ ଦେଖିବା ସହ ପ୍ରାଥମିକ ତଦନ୍ତ କରିଛନ୍ତି।