30.1 C
Bhubaneswar
Saturday, September 21, 2024
Homeଅପରାଧସମ୍ପର୍କୀୟ ଭଉଣୀଙ୍କୁ ହତ୍ୟା କଲା ସମ୍ପର୍କୀୟ ଭାଇ

ସମ୍ପର୍କୀୟ ଭଉଣୀଙ୍କୁ ହତ୍ୟା କଲା ସମ୍ପର୍କୀୟ ଭାଇ

ରାୟଗଡା: ଭାଇ ଭଉଣୀ ସମ୍ପର୍କରେ ରକ୍ତର ଛିଟା । ଟଙ୍କା ଯୋଗୁଁ ତୁଚ୍ଛ ହୋଇଗଲା ସମ୍ପର୍କ । ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସମ୍ପର୍କୀୟ ଭାଇ । ଏଭଳି ହତ୍ୟାକାଣ୍ଡ ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ମୁନିଗୁଡା ଥାନା ଅଧୀନରେ । ମୃତ ମହିଳା ହେଉଛନ୍ତି ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାୟକ । ହତ୍ୟାକାଣ୍ଡ ପରେ ମୁନିଗୁଡା ଥାନାରେ ଅଭିଯୁକ୍ତ ଏ.ଚନ୍ଦ୍ରା ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ପ୍ରକୃତରେ କେଉଁ କାରଣକୁ ନେଇ ଅଭିଯୁକ୍ତ ମହିଳା ଜଣଙ୍କୁ ହତ୍ୟା କଲା ସେନେଇ ପୋଲିସ ପଚରାଉଚରା ଜାରି ରଖିଛି ।

ହାଟ ମୁନିଗୁଡ଼ା ରାମକ୍ରୀଷ୍ଣା ମିଶନ ନିକଟରେ ଅଭିଯୁକ୍ତ ଏ.ଚନ୍ଦ୍ରା ତାଘରେ ନନ୍ଦିନୀ ନାୟକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା କୁହାଯାଉଛି । ମୃତ ମହିଳା ରାମକ୍ରୀଷ୍ଣା ମିଶନ ବିଦ୍ୟାଳୟରେ ବଗିଚା କାର୍ଯ୍ୟ କରି ଆସୁଥିଲେ । ନନ୍ଦିନୀ ନାୟକ ବିଦ୍ୟାଳର କାର୍ଯ୍ୟ ସାରିବା ପରେ ସନ୍ଧ୍ୟା ହେଉଥିବାରୁ ନିଜ ଘରକୁ ନଯାଇ ରାମକୃଷ ମିଶନ ନିକଟରେ ଥିବା ତାଙ୍କ ସମ୍ପର୍କୀୟ ଭାଇ ଏ.ଚନ୍ଦ୍ରାଙ୍କ ଘରେ ପ୍ରାୟ ସମୟରେ ରହିଯାଉଥିଲେ । ସେହି ସମ୍ପର୍କୀୟ ଭାଇ ବୁଧବାର ବିଳମ୍ବିତ ରାତିରେ ଚନ୍ଦ୍ରାଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି ।

ଏ.ଚନ୍ଦ୍ରା ନନ୍ଦିନୀଙ୍କୁ ବିଭିନ୍ନ ସମୟରେ ଟଙ୍କା ମାଗି ଆସୁଥିଲା । ଚନ୍ଦ୍ରା ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ମଧ୍ୟ ହେଉଥିଲା । ଯାହା କି ପର ମୁହୁର୍ତ୍ତରେ ଉଗ୍ରରୂପ ନେଇଥିଲା । ମହିଳାଙ୍କ ସମ୍ପର୍କୀୟ ଭାଇ ଏ.ଚନ୍ଦ୍ରା ନନ୍ଦିନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ମୃତ ମହିଳାଙ୍କ ପୁଅ ବିପିନ ନାୟକ ଓ ଝିଅ ରିଙ୍କି ନିଶାଲ ଅଭିଯୋଗ କରିଛନ୍ତି । ଏ.ଚନ୍ଦ୍ରା ଏହି ହତ୍ୟା କାଣ୍ଡ ଘଟାଇବା ପରେ ମୁନିଗୁଡ଼ା ଥାନାରେ ଆତ୍ମ ସମର୍ପଣ କରିଛି । ଖବର ପାଇବା ପରେ ଘଟଣାସ୍ଥଳରେ ବିଷମ କଟକ ଏସ୍ଡିପିଓ ସନ୍ତୋଷିନି ଓରାମ ଓ ମୁନିଗୁଡା ଥାନା ଅଧିକାରୀ ସୌଦାମିଣି ବେହେରା ପୋଲିସର ଏକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ମୃତଦେହ ଜବତ କରାଯାଇ ବେବଛେଦ ପାଇଁ ମୁନିଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିବା ବିଷମ କଟକ ଏସଡିପିଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking