32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୪ ବର୍ଷୀୟ ଝିଅକୁ ଫାଶୀ ଦେଇ ନିଜେ ଜୀବନ ହାରିଲେ ଦମ୍ପତି

୪ ବର୍ଷୀୟ ଝିଅକୁ ଫାଶୀ ଦେଇ ନିଜେ ଜୀବନ ହାରିଲେ ଦମ୍ପତି

ହାଇଦ୍ରାବାଦ: ଗୁରୁବାର ବିଳମ୍ବିତ ରାତ୍ରରେ ୱାର୍ସିଗୁଡ଼ାସ୍ଥିତ ବାସଭବନରେ ୪ ବର୍ଷୀୟ ଝିଅକୁ ଫାଶୀ ଦେଇ ଏକ ବେକାର ଦମ୍ପତି ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି । ସୂଚନା ଅନୁସାରେ, ଶୁକ୍ରବାର ସକାଳେ ପୁଲିସ ଗଙ୍ଗାପୁତ୍ର କଲୋନିରେ ଥିବା ସେମାନଙ୍କ ଘର କବାଟ ଭାଙ୍ଗି ପଶିବାରୁ ୩୫ ବର୍ଷିୟ କେ. ସାଇ କ୍ରିଷ୍ଣା, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚିତ୍ରଲେଖା ଓ ୪ ବର୍ଷୀୟ ଝିଅ ତେଜସ୍ୱିନୀ ଫାଶୀ ଲଗାଇ ମରିଥିବା ଦେଖିଥିଲେ । ଗୁରୁବାର ରାତିରେ ସେମାନଙ୍କ ଘରେ ଟେଲିଭିଜନ୍‌ର ସାଉଣ୍ଡ୍ ଖୁବ୍ ଜୋର୍‌ରେ ଶୁଭୁଥିଲା ।

ଏଥିରେ ବିବ୍ରତ ହୋଇ ଘର ମାଲିକ ତାଙ୍କୁ ଡାକିଥିଲେ କିନ୍ତୁ, ଦୁହେଁ ଶୁଣି ନ ଥିଲେ । ତେଣୁ, ଶୁକ୍ରବାର ସକାଳୁ ଆସି ସେ କବାଟ ଠକ ଠକ କଲେ, କିନ୍ତୁ ଭିତରୁ କୌଣସି ଜବାବ ମିଳିଲା ନାହିଁ । ତେଣୁ, ସେ ପୁଲିସକୁ ଖବର ଦେଇଥିଲେ । ସେ ଦମ୍ପତି କାନ୍ଥରେ ୩ଜଣ ଲୋକଙ୍କ ନାଁ ଲେଖି ଆତ୍ମହତ୍ୟା ପାଇଁ ସେମାନଙ୍କୁ ଦାୟୀ କରିଛନ୍ତି । କିନ୍ତୁ, ଦୁହେଁ ସେମାନଙ୍କୁ ଦାୟୀ କରାଯିବାର କାରଣ ଉଲ୍ଲେଖ କରିନାହାନ୍ତି । ପୁଲିସ କହିଛି ଯେ, ସେ ୩ଜଣ ହେଉଛନ୍ତି ପୂର୍ବରୁ ଚିତ୍ରଲେଖା ଯେଉଁଠି କାମ କରୁଥିଲେ ସେଠାରେ ବିଜ୍ଞାନ ପ୍ରଦର୍ଶନୀ କରିଥିବା ସଙ୍ଗଠନର କର୍ମଚାରୀ । ଆଗରୁ କ୍ରିଷ୍ଣା କ୍ୟାବ୍ ଡ୍ରାଇଭର୍ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ, କିଛି ଦିନ ହେବ ଦୁହେଁ କୌଣସି କାମ ନ କରି ବେରୋଜଗାରୀ ହୋଇଯାଇଥିଲେ । ଆର୍ôଥକ ଅନଟନ ସେମାନଙ୍କ ଚରମ ନିଷ୍ପତ୍ତିର କାରଣ ବୋଲି ସନ୍ଦେହ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking