30.1 C
Bhubaneswar
Saturday, September 21, 2024
Homeଓଡିଶାବଲାଙ୍ଗୀର ବଡ଼ମାଳରେ ଗୋଳାବାରୁଦ କାରଖାନା ନିକଟରେ ବୁଲୁଛି କଲରପତରିଆ ବାଘ

ବଲାଙ୍ଗୀର ବଡ଼ମାଳରେ ଗୋଳାବାରୁଦ କାରଖାନା ନିକଟରେ ବୁଲୁଛି କଲରପତରିଆ ବାଘ

ବଲାଙ୍ଗୀର : ବଲାଙ୍ଗୀର ବଡ଼ମାଳରେ ବୁଲୁଛି ବାଘ । ବଲାଙ୍ଗୀର ସଇଁତଳା ବ୍ଲକ ସ୍ଥିତ ଗୋଳାବାରୁଦ କାରଖାନା ପରିସରରେ କଲରାପତରିଆ ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି । ଏହା ଗୁରୁବାର ରାତିର ଘଟଣା ହୋଇଥିବା ଜଣାପଡ଼ିଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ଏକ କଲରାପତରିଆ ବାଘ ସୋଲାର ପ୍ଲାଣ୍ଟର ତାରବାଡ଼ ଡେଇଁ ଗୋଳାବାରୁଦ କାରଖାନା ଭିତରକୁ ଆସୁଥିବା ଦେଖିବାକୁ ମିଳିଛି । ଏହାପରେ ବାଘଟି ଦୌଡି ପଳାଉଛି ।ଏହି ଭିଡିଓ ସାମ୍ନାକୁ ଆସିବା ପରେ କାରଖାନା କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଟିଟିଲାଗଡ଼ ରେଂଜରଙ୍କ ନେତୃତ୍ୱରେ ବଡ଼ମାଳ ସେକ୍ସନର ଏକ ଟିମ୍ କାରଖାନାରେ ପହଞ୍ଚି କଲରାପତରିଆ ବାଘର ଗତିବିଧି ଉପରେ ନଜର ରଖିବା ସହ ବାଘକୁ ଠାବ କରିବା ପାଇଁ ଯାଞ୍ଚ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking