26.1 C
Bhubaneswar
Saturday, October 19, 2024
Homeଓଡିଶାଦୟା ନଦୀରେ ଭାସିଗଲେ ନବମ ଶ୍ରେଣୀ ଛାତ୍ର

ଦୟା ନଦୀରେ ଭାସିଗଲେ ନବମ ଶ୍ରେଣୀ ଛାତ୍ର

ଭୁବନେଶ୍ୱର: ଗୁରୁବାର ସନ୍ଧ୍ୟା ସମୟେର ଦୟାନଦୀରେ ଭାସିଗଲେ ଜଣେ ନବମ ଶ୍ରେଣୀର ଛାତ୍ର । ନିଖୋଜ ହୋଇଥିବା ଛାତ୍ର ଜଣଙ୍କ ହେଲେ ଧଉଳି ଥାନା ଇନ୍ଦିରା କଲୋନୀର ସୁନିତ କୁମାର ସାହୁ । ସୁନିତଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ,ଓଡ୍ରାଫ୍‍ ଏବଂ କମିଶନରେଟ୍‍ ପୁଲିସ ଜୋରଦାର ଉଦ୍ୟମ ଚଳାଇଛନ୍ତି । ସୁନିତ ନିଖୋଜ ହେବା ନେଇ ଅଞ୍ଚଳରେ ଦୁଃଖର ମାହୋଲ ଖେଳି ଯାଇଛି । ଅନ୍ୟପଟେ ରାତି ହୋଇାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ।

ପୂବର୍ରୁ ଏହିଭଳି ଜଣେ ଛାତ୍ର ପାଣିରେ ଗୋଧାଇବାକୁ ଗଲାବେଳେ ଗୋଡ ଖସି ମୃତ୍ୟୁ ଘଟିଥିଲା । ସୂଚନାଅନୁସାରେ, ଧଉଳି ଥାନା ଇନ୍ଦିରା କେଲାନୀରେ ରହୁଥିବା ସୁନିତ କୁମାର ସାହୁ ଓ ତାଙ୍କର ଚାରି ଜଣ ସାଙ୍ଗ ସନ୍ଧ୍ୟା ସମୟରେ ଗୋଧାଇବାକୁ ଯାଇଥିଲେ । ୫ ଜଣ ସାଙ୍ଗ ଗୋଧାଉଥିବା ସମୟରେ ସୁନିତଙ୍କ ଗୋଡ ଖସିିବାରୁ ସେ ପାଣି ଭିତରକୁ ଚାଲି ଯାଇଥିଲେ । ଅନ୍ୟ ୪ ସାଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପାଇ ନଥିଲେ ।

ପରେ ୪ ସାଙ୍ଗ ଉପରକୁ ଆସି ଚିତ୍କାର କରିବା ସହ ସୁନିତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ôଚ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସୁନିତଙ୍କୁ ପାଇ ନଥିଲେ । ପରେ ଖବର ପାଇ ଓଡ୍ରାଫ୍‍, ଅଗ୍ନିଶମ ବାହିନୀ ଟିମ୍‍ ଓ କମିଶନରେଟ୍‍ ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ହେଲେ ଖବରଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସୁନିତ ପତ୍ତା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking