16.1 C
Bhubaneswar
Thursday, February 5, 2026
Homeଓଡିଶାବୋମା ଫୁଟି ଯୁବକଙ୍କ ହାତ ପାପୁଲି ଛିଣ୍ଡିଲା

ବୋମା ଫୁଟି ଯୁବକଙ୍କ ହାତ ପାପୁଲି ଛିଣ୍ଡିଲା

ବାଲିକୁଦା: ଜଗତସିଂହପୁରଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣିଆ ବୋରିକିନା ମୁଖ୍ୟ ରାସ୍ତା କରକେଇ ହାଟ ନିକଟରେ ବୋମା ଫୁଟି ଜଣେ ଯୁବକଙ୍କ ଡାହାଣ ହାତ ପାପୁଲି ଛିଡି ଯାଇଥିବା ଜଣାପଡିଛି। ଗୁରୁତର ବ୍ୟକ୍ତି ହେଲେ ଦିବ୍ୟଜ୍ୟୋତି ଶତପଥୀ (୩୫)। ସୂଚନା ଅନୁଯାୟୀ, ଆଗରୁ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିବା ବାଲିକୁଦା ଥାନା ଅନ୍ତର୍ଗତ ତେର୍ତାଙ୍ଗ ଗ୍ରାମର ଦିବ୍ୟଜ୍ୟୋତି ଶତପଥୀ ଓ ତାର ଅନ୍ୟ ସହଯୋଗୀ ହାତରେ ୨ଟି ବୋମା ଧରି କେଉଁଆଡେ ଯାଉଥିବା ବେଳେ ଦିବ୍ୟ ହାତରେ ଥିବା ଗୋଟିଏ ବୋମା ଫୁଟି ତାର ଡାହାଣ ହାତ ପାପୁଲି ଛିଡି ଯାଇଥିଲା। ଅନ୍ୟ ଏକ ବୋମାଟି ଖସି ଯାଇଥିଲା।

ଏହି ସମ୍ପର୍କରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପତିକ୍ରିୟା ରଖି ପ୍ରକାଶ କରିଛନ୍ତି ଆଗରୁ ଅନେକ ଅପରାଧ ଘଟାଇଥିବା ଦିବ୍ୟ ଓ ତାର ସହଯୋଗୀ ଏରସମା ଯାଉଥିବା ବେଳେ କୌଣସି ଅପରାଧିକ ଘଟଣା ଘଟାଇବା ଉଦେଶ୍ୟରେ ବୋମା ସାଥିରେ ନେଇଥିଲେ। ତେବେ ଏହି ଘଟଣାରେ ତାର ହାତ ପାପୁଲି ଛିଡି ଗୁରୁତର ହୋଇଛି ଓ ଅନ୍ୟ ସହଯୋଗୀ ସେଠାରୁ ଖସି ପଳାଇଛନ୍ତି ଯାହାର ତଦନ୍ତ ଜାରି ରହିଛି। ଏପରିକି ଅଫୁଟା ବୋମା କୁ ନିଷ୍କ୍ରିୟ କରିବା ପାଇଁ ବୋମା ନିଷ୍କ୍ରିୟ ଦଳର ସହାୟତା ନିଆଯାଇଛି। ତେବେ ଦିବ୍ୟ ସୁସ୍ଥ ହେବା ପରେ ତାର ବୟାନ ଆଧାରରେ ହିଁ ଅନ୍ୟ ସହଯୋଗୀ ଙ୍କ ପରିଚୟ ମିଳିବା ସହ ସେ କେଉଁ କାରଣରୁ ଓ କେଉଁ ଅପରାଧ ଘଟାଇବା ପାଇଁ ଷଡଯନ୍ତ୍ର କରି ବୋମା ନେଇ ଏରସମା ଯାଉଥିଲେ ତାହାର ସତ୍ୟାସତ୍ୟ ଜଣାପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking