30.1 C
Bhubaneswar
Sunday, July 7, 2024
Homeଖେଳବିଶ୍ୱ ବିଜେତାଙ୍କୁ ଭବ୍ୟ ସ୍ୱାଗତ  

ବିଶ୍ୱ ବିଜେତାଙ୍କୁ ଭବ୍ୟ ସ୍ୱାଗତ  

ମୁମ୍ବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ପୁରୁଷ ଟି-୨୦ ବିଶ୍ବକପ ଚାମ୍ପିଅନ ହେଲା ପରେ ଭାରତୀୟ କ୍ରିକେଟ ଟିମ୍ ସ୍ବଦେଶରେ ପହଞ୍ଚିଛନ୍ତି। ଟି-୨୦ ବିଶ୍ବକପ ବିଜୟ ପରେ ବାରବାଡୋସରେ ଫସିଥିବା ଇଣ୍ଡିଆନ ଟିମ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି । ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛି ଦଳ । ୧୩ ବର୍ଷ ପରେ ବିଶ୍ବକପ୍ ଓ ୧୭ ବର୍ଷ ପରେ ଟି୨୦ ବିଶ୍ବକପ୍ ଜିତିଛି ଭାରତ । ଯାହାକୁ ନେଇ ସାରା ଭାରତରେ ଖୁସିର ମାହୋଲ । ଜୁନ ୨୯ ତାରିଖରେ ଭାରତ ବିଶ୍ବ ଚମ୍ପିଆନ ହୋଇଥିଲା ସତ, କିନ୍ତୁ ଟିମ ବାରବାଡୋସରେ ପ୍ରବଳ ବର୍ଷା ପବନ ଯୋଗୁଁ ଫସି ରହିଥିବାରୁ ସେଲିବ୍ରେସନ ଅଧା ଥିଲା । ଆଜି ଭାରତୀୟ କ୍ରିକେଟ ଟିମ ସ୍ବଦେଶରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ସେଲିବ୍ରେସନ । ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ମୁମ୍ବାଇରେ ପହଞ୍ଚିବା ପରେ ସମସ୍ତ ଖେଳାଳି ଖୋଲା ବସରେ ୱାଙ୍ଖଡେ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଛନ୍ତି । ମୁମ୍ବାଇ ମେରାଇନ ଡ୍ରାଇଭରୁ ବିଶ୍ବକପ ଧରି ବିଜୟୀ ପରେଡ ଅରାମବାହା ହେବ । ମୁମ୍ବାଇ ମେରାଇନ ଡ୍ରାଇଭରୁ ଆରମ୍ଭ ହୋଇ ଏହି ରୋଡ୍ ସୋ’ ୱାଙ୍ଖଡେରେ ଶେଷ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking