ଭର୍ଜିନିଆ : ଆମେରିକାର ଭର୍ଜିନିଆରେ ଜଣେ ୬ ବର୍ଷର ଛାତ୍ର କ୍ଲାସ୍ ଭିତରେ ଶିକ୍ଷୟିତ୍ରୀଙ୍କୁ ଗୁଳି କରିଛି । ଏହାପରେ ପିଲାଟିକୁ ପୁଲିସ ଥାନାକୁ ଧରିନେଇଛି । ଶିକ୍ଷୟିତ୍ରୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ ମୁଖ୍ୟ କହିଛନ୍ତି । ଏହା କୌଣସି ଦୁର୍ଘଟଣା ନଥିଲା । ଶିକ୍ଷୟିତ୍ରୀଙ୍କ ସହିତ ବିବାଦକୁ ନେଇ ପିଲାଟି ଜାଣିଶୁଣି ଗୁଳି କରିଛି । ଘଟଣାରେ ଅନ୍ୟ କୌଣସି ଛାତ୍ର ସାମିଲ ନଥିଲେ । ଗୁଳିକାଣ୍ଡ ପରେ ସ୍କୁଲ୍ରେ ଆତଙ୍କ ଖେଳିଯାଇଥିଲା । ପିଲାଟିକୁ କେଉଁଠୁ ବନ୍ଧୁକ ମିଳିଲା ତାହା ବର୍ତ୍ତମାନ ସୁଦ୍ଧା ସେ ସୂଚନା ଦିଆଯାଇ ନାହିଁ । ଏବେ ଆମେରିକାର ସ୍କୁଲ୍ଗୁଡ଼ିକରେ ଖୋଲାଖୋଲି ଫାୟାରିଂ ମାମଲାରେ ବୃଦ୍ଧି ଘଟୁଛି ।