27.1 C
Bhubaneswar
Saturday, June 22, 2024
Homeଅପରାଧ୬ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

୬ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ନୂଆଦିଲ୍ଲୀ : ୬ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା। ତେଲାଙ୍ଗାନର ପେଡ୍ଡାପାଲ୍ଲି ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁବାର ବିଳମ୍ବିତ ରାତିରେ ଜଣେ ଯୁବକ ମା’ ପାଖରେ ‌ଶୋଇଥିବା ଶିଶୁକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା। ଯାହାକୁ ଆଧାର କରି ପୁଲିସ ତଦନ୍ତ କରି ଦୁଷ୍କର୍ମକାରୀକୁ ଚିହ୍ନଟ କରିଛି। ଦୁଷ୍କର୍ମକାରୀର ନାମ ବଳରାମ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପୀଡ଼ିତା ଶିଶୁଙ୍କ ମା’ ପେଡ୍ଡାପାଲ୍ଲି ଜିଲ୍ଲାର ଏକ ଚାଉଳ ମିଲରେ ଶ୍ରମିକ ଭାବେ କାମ କରନ୍ତି। ଗତ ଗୁରୁବାର ରାତିରେ କାମ ସରିବା ପରେ ସେ ଥକିପଡ଼ି ସବୁଦିନ ପରି ଚାଉଳ ମିଲ ବାହାରେ ନିଜର ୬ବର୍ଷର ଶିଶୁକୁ ନେଇ ଶୋଇପଡ଼ିଥିଲେ। ମା’କୁ ନିଘୋଡ଼ ନିଦରେ ଶୋଇବା ଦେଖି ସେହିବାଟ ଦେଇ ଯାଉଥିବା ଟ୍ରକ ଚାଳକ ବଳରାମ ଅଟକିଯାଇଥିଲା। ଆଉ ମା’ ପାଖରୁ ଶିଶୁକୁ ଉଠାଇ ନେଇ ନିକଟସ୍ଥ ଏକ ବୁଦା ମୂଳେ ଦୁଷ୍କର୍ମ କରି ହତ୍ୟା କରି ଦେଇଥିଲା। ମା’ର ନିଦ ଭାଙ୍ଗିଲା ବେଳକୁ ସେ ଶିଶୁକୁ ନପାଇ ଏଣେତେଣେ ଖୋଜିଥିଲେ। ଏଥିସହିତ ତାଙ୍କ ସହ କାମ କରୁଥିବା ଅନ୍ୟ ଶ୍ରମିକମାନଙ୍କୁ ବି ଏ ଘଟଣା ବିଷୟରେ ଜଣାଇଥିଲେ। ‌ସମସ୍ତେ ମିଶି ଖୋଜାଖୋଜି କରିବା ପରେ ଶିଶୁକୁ ଏକ ବୁଦା ନିକଟରୁ ଗୁରୁତର ଅବସ୍ଥାରେ ପାଇବା ପରେ ଡାକ୍ତରଖାନା ନେଇ ଯାଇଥିଲେ। ଦୁଃଖର ବିଷୟ ଡାକ୍ତର ଶିଶୁକୁ ମୃତଘୋଷଣା କରିଥିଲେ। ଏହାପରେ ମୃତ ଶିଶୁଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking