27.1 C
Bhubaneswar
Sunday, September 29, 2024
Homeଅପରାଧକ୍ଲାସରେ ଶିକ୍ଷୟିତ୍ରୀ ରାଗିବାରୁ ଗୁଳି ମାରିଦେଲା ୬ ବର୍ଷର ପିଲା, ବନ୍ଧୁକ ଜବତ

କ୍ଲାସରେ ଶିକ୍ଷୟିତ୍ରୀ ରାଗିବାରୁ ଗୁଳି ମାରିଦେଲା ୬ ବର୍ଷର ପିଲା, ବନ୍ଧୁକ ଜବତ

ଆମେରିକା: ସ୍କୁଲରେ ଶିକ୍ଷୟିତ୍ରୀ ଗାଳି ଦେବାରୁ ଗୁଳି ମାରିଲେ ୬ ବର୍ଷ ଛାତ୍ର । ଆମେରିକାର ଭର୍ଜିନିଆର ଜଣେ ୬ ବର୍ଷର ଛାତ୍ର ପ୍ରାଥମିକ ବିଦ୍ୟାଳୟରେ ଗୁଳି ଚଳାଇ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ପୋଲିସ ଏପର‌୍ୟ୍ୟନ୍ତ ତାଙ୍କ ବିଷୟରେ କୌଣସି ସୂଚନା ଦେଇନାହିଁ । ତେବେ ଏହି ଘଟଣା ଭର୍ଜିନିଆର ନ୍ୟୁପୋର୍ଟ ନ୍ୟୁଜ୍ ସହରର ଏଲିମେଣ୍ଟାରୀ ସ୍କୁଲରେ ଏହି ଘଟଣା ଘଟିଥିବା ପୋଲିସ ଅଧିକାରୀ କହିଛନ୍ତି।

ଭର୍ଜିନିଆ ମେୟର ଫିଲିପ ଜୋନ୍ସ ଗଣମାଧ୍ୟମକୁ କହିଛନ୍ତି, ପୋଲିସ ଏହି ମାମଲାରେ ଜଣେ ଛାତ୍ରଙ୍କୁ ଅଟକ ରଖିଛି। ତେବେ ଅଟକ ଥିବା ପିଲାର ବୟସ କେତେ ହେବେ ତାହା କହିନାହାନ୍ତି। କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଗୁଳି କରିଥିବା ପିଲାର ବୟସ ୬ ବର୍ଷ ବୋଲି କୁହାଯାଉଛି । ତେବେ ଘଟଣା ବିଷୟରେ ପୋଲିସ ଦିନ ୨ଟାରେ ଜାଣିବାକୁ ପାଇଥିଲା । ଆଉ ଘଟଣାସ୍ଥଳରେ ଟିମ୍ ପହଞ୍ଚି ପିଲାକୁ ଅଟକ ରଖିଥିଲା ।
ପୋଲିସ କହିବା ମୁତାବକ, ସ୍କୁଲ ଏବଂ ପୋଲିସ ଅଧିକାରୀ ଛାତ୍ର ଓ ପରିବାରକୁ ଏକାଠି କରିବା ପାଇଁ ଚାହୁଁଛି ଏବଂ ଅଧିକ ଅନୁସନ୍ଧାନ ପରେ ଅଧିକ ସୂଚନା ଦିଆଯିବ ବୋଲି ଜଣାପଡିଛି । ବର୍ତ୍ତମାନ ପୋଲିସ ସନ୍ଦିଗ୍ଧଙ୍କ ବିଷୟରେ କୌଣସି ସୂଚନା ଦେଇନାହିଁ । ତେବେ ଯେଉଁ ସହରର ଗୁଳିକାଣ୍ଡ ଘଟିଛି, ସେଠାରେ ୧ ଲକ୍ଷ ୮୫ ହଜାରରୁ ଅଧିକ ଲୋକ ରୁହନ୍ତି । ଚେସାପିକ୍ ଏବଂ ଭର୍ଜିନିଆ ବିଚ୍ ଠାରୁ ଏହି ସହର ପ୍ରାୟ ୪୦ମାଇଲ ଦୂରରେ ଅବସ୍ଥିତ । ଏହାଛଡା ଏହି ସହରରେ ଆମେରିକାର ନୌସେନା ଜାହାଜ ନିର୍ମାଣ କରାଯାଏ ।

ଆମେରିକାରେ ଗୁଳି ଚଳାଇବା ଘଟଣା ନୂଆ କଥା ନୁହେଁ। ଏହିପରି ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଏହିପରି ଗୁଳି ବିନିମୟରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା, ପବ୍, ମେଟ୍ରୋ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଏହି ଗୁଳି ବିନିମୟ ଘଟିଛି।

ସୂଚନାଯୋଗ୍ୟ,ଆମେରିକାର ୟୁଟାରେ ଗୁଳିକାଣ୍ଡ ଘଟଣାରେ ୮ ମୃତ୍ୟୁ ହୋଇଥିଲା । ୮ ମୃତକଙ୍କ ମଧ୍ୟରେ ୫ ଜଣ ପିଲା ରହିଥିଲେ । ଏପର‌୍ୟ୍ୟନ୍ତ ଗୁଳିକାଣ୍ଡର କାରଣ ଜଣାପଡିନାହିଁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୁଳିକାଣ୍ଡ ହୋଇଥିବା ଅଞ୍ଚଳରେ ପାଖାପାଖି ୮୦୦୦ ଲୋକ ରୁହଥିଲେ। ତେବେ ଘରେ କେହି ପଶି କିଭଳି ଗୁଳିକାଣ୍ଡ ଘଟଣା ଘଟାଇଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି । ନୂଆବର୍ଷ ପରଠାରୁ ମାତ୍ର ୩ ଦିନରେ ଏପର‌୍ୟ୍ୟନ୍ତ ଗୁଳିକାଣ୍ଡରେ ୧୩୦ ଜଣ ପ୍ରାଣ ହରାଇସାରିଲେଣି । ୩୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଖ୍ରୀଷ୍ଟମାସ ପୂର୍ବରୁ ଆମେରିକାର ଏକ ମଲ୍‌ରେ ଗୁଳିକାଣ୍ଡ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking