ଜଳେଶ୍ୱର : ମା’ସାଜିଲା ପିଶାଚୀ । କ୍ଷୀରଖିଆ ଛୁଆର ଜୀବନ ନେଇଗଲା । ୬ ଦିନର ଝିଅକୁ ତଣ୍ଟି ଚିପି ହତ୍ୟା କରିବା ଘଟଣାରେ ଏବେ ଅଭୁଯୁକ୍ତକୁ ଗିରଫ କରାଯାଇଛି । କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ମା’କୁ ଗିରଫ କରିଛି । ଗତ ୫ରେ ସିଆରୋଇ ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ ଝିଅକୁ କୁକୁର ଝୁଣି ମାରିଛି ବୋଲି ପ୍ରଥମେ କହିଥିଲା ମା’ । ହେଲେ ପୋଷ୍ଟମର୍ଟମ ରିପୋର୍ଟରୁ ଅସଲ କଥା ଜଣାପଡ଼ିଥିଲା । ସୂଚନା ଅନୁଯାୟୀ, ଗତ ୫ ତାରିଖ କମର୍ଦ୍ଦା ଥାନା ସିଆଁରୋଇ ଗାଁରେ ମାତ୍ର ୬ ଦିନର ଜନ୍ମ ନିଖୋଜ ହୋଇଯାଇଥିଲା ।
ପରେ ଶିଶୁକନ୍ୟାର ମୃତଦେହକୁ ଗାଁ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଖବର ପାଇବା ପରେ କମର୍ଦ୍ଦା ପୋଲିସ ସହିତ ଜଳେଶ୍ୱର ଏସଡିପିଅ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିବା ସହି ବ୍ୟବଛେଦ ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ । ସନ୍ଦେହ ହେବାରୁ ଶିଶୁକନ୍ୟାର ମା’, ବାପା ଓ ୪ ଜଣକୁ ଅଟକ ରଖି ପୋଲିସ ପଚାରାଉଚରା କରିବା ସହିତ ନିଜ ଆଡୁ ମାମଲା ରୁଜୁ କରିଥିଲା । ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଆଜି ମା’କୁ କମର୍ଦ୍ଦା ଭାରପ୍ରାପ୍ତ ଥାନାଧୀକାରିଣୀ ଲୋପାମୁଦ୍ରା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସିଆଁରୋଇ ଗାଁକୁ ଯାଇ ପିଶାଚୀ ମା’କୁ ଗିରଫ କରିଛି ।