24.1 C
Bhubaneswar
Tuesday, October 22, 2024
Homeଅପରାଧସ୍କୁଲରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ସ୍କୁଲରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ୪ ବର୍ଷୀୟ ଶିଶୁକନ୍ୟା ସହ ଦୁଷ୍କର୍ମ ମାମଲାରେ ସ୍କୁଲ ପ୍ରିନ୍ସିପାଲଙ୍କ ଡ୍ରାଇଭରକୁ ୨୦ ବର୍ଷ ଜେଲ୍ ହୋଇଛି । ଏହି ଦୁଷ୍କର୍ମକାରୀର ନାମ ରଜିନୀ କୁମାର ଏବଂ ସେ ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ଊଇଠ ସ୍କୁଲ ପ୍ରିନ୍ସିପାଲଙ୍କ ଡ୍ରାଇଭର ଭାବେ କାମ କରୁଥିଲା । ସ୍କୁଲ ଭିତରେ ସେ ଜଣେ ୪ ବର୍ଷୀୟ ଶିଶୁକନ୍ୟାର ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ନାମପଲ୍ଲୀ ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତ ରଜିନୀ କୁମାରକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ୧୭ ତାରିଖରେ ବଞ୍ଜାର ହିଲ୍ସ ଅଞ୍ଚଳରେ ଥିବା ଡିଏଭି ସ୍କୁଲରେ ଏହି ଦୁଷ୍କର୍ମ ହୋଇଥିଲା । ୪ ବର୍ଷୀୟା ଶିଶୁକନ୍ୟାର ଯୌନ ଶୋଷଣ ମାମଲାରେ ପୀଡିତାଙ୍କ ପରିବାର ପକ୍ଷରୁ ସ୍କୁଲ ପ୍ରିନ୍ସିପାଲ ମାଧବୀଙ୍କ ଡ୍ରାଇଭର ରଜିନୀ କୁମାର ବିରୋଧରେ ମାମଲା ରୁଜୁ ହୋଇଥିଲା । ନିଜ ଡ୍ରାଇଭରକୁ ସ୍କୁଲ କ୍ଲାସରୁମ ଭିତରେ ପ୍ରବେଶ ପାଇଁ ଅନୁମତି ଦେବାକୁ ନେଇ ପ୍ରିନ୍ସିପାଲଙ୍କ ବିରୋଧରେ ମଧ୍ୟ ଏତଲା ଦାୟର କରିଥିଲେ ପରିବାର ଲୋକେ । ହେଲେ କୋର୍ଟ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦୋସରେ ଖଲାସ କରିଛନ୍ତି ।

ଅଭିଯୁକ୍ତ ଡ୍ରାଇଭରକୁ ୨୦ ବର୍ଷ ସଜ୍ଜା ଶୁଣାଇଛନ୍ତି । ସ୍କୁଲରେ ୪ ବର୍ଷୀୟ ଶିଶୁକୁ ଯୌନ ଶୋଷଣ ଘଟଣା ପ୍ରଘଟ ହେବା ପରେ ସାରା ସହରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଭିଯୋଗ ପରେ ପୋଲିସ ୩୪ ବର୍ଷୀୟ ଡ୍ରାଇଭରକୁ ଗିରଫ କରି ତଦନ୍ତ ଚଳାଇଥିଲା । ରାଜ୍ୟ ସରକାର ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇ ସମ୍ପୃକ୍ତ ସ୍କୁଲରେ ମାନ୍ୟତା ରବ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲରେ ନାମଲେଖା ବ୍ୟବସ୍ଥା କରାଯିବାକୁ କୁହାଯାଇଥିଲା । ହେଲେ ଏନେଇ ଅଭିଭାବକ ଉଦବେଗ ପ୍ରକାଶ କରିବା ପରେ ସ୍କୁଲକୁ ମାନ୍ୟତା ଫେରାଇ ଦିଆଯାଇଥିଲା । ଏହି ଘଟଣାରେ ଅଦାଲତ ଅଭିଯୁକ୍ତ ରଜିନୀ କୁମାରକୁ ଦୋଷ ସାବ୍ୟସ୍ତ କରି ୨୦ ବର୍ଷର ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking