29.1 C
Bhubaneswar
Saturday, October 5, 2024
Homeଅପରାଧଆନ୍ଧ୍ରପ୍ରଦେଶରେ ୧୭ ବର୍ଷୀୟା ଓଡ଼ିଆ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଆନ୍ଧ୍ରପ୍ରଦେଶରେ ୧୭ ବର୍ଷୀୟା ଓଡ଼ିଆ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଲୋମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି । ବିଶାଖାପାଟଣାରେ ଓଡ଼ିଶାର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ୧୩ ଜଣ ଦେହଲୋଭୀ ଜହ୍ଲାଦ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣାରେ ୧୧ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ନେଇ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି । ପୀଡିତା ନାବାଳିକାଙ୍କ ଘର ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ହୋଇଥିବା ବେଳେ ଗତ ୯ ମାସ ତଳେ କାମ କରିବା ପାଇଁ ବିଶାଖାପାଟଣା ଆସିଥିଲେ ।

ସେଠାରେ ସେ ଜଣକ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ । ପୀଡିତାଙ୍କ ବୟାନ ଅନୁଯାୟୀ, ଡିସେମ୍ବର ୧୮ ତାରିଖ ଦିନ ତାଙ୍କ ପ୍ରେମିକ ତାଙ୍କୁ ବିଶାଖାପାଟଣାର ଆର କେ ବେଳାଭୂମି ନିକଟ ଏକ ଲଜକୁ ନେଇଯାଇଥିଲେ । ସେଠାରେ ପ୍ରେମିକ ନିଜ ବନ୍ଧୁଙ୍କ ସହ ମିଶି ନାବାଳିକାଙ୍କୁ ଦୁଇ ଦିନ ଧରି ଦୁଷ୍କର୍ମ କରିବା ସହିତ ନିର୍ଯାତନା ଦେଇଥିଲେ । ପରେ ପୀଡିତା ନାବାଳିକା ସେମାନଙ୍କ ନିକଟରୁ ଖସିପଳାଇ ଆସିଥିଲେ । ପ୍ରେମିକ ବିଶ୍ୱାସରେ ବିଷ ଦେବା ପରେ ଏହି ଘଟଣାକୁ ନେଇ ଭାଙ୍ଗିପଡି ପୀଡିତା । ତେଣୁ ସେ ପୁଣିଥରେ ସେହି ବେଳାଭୂମିକୁ ଯାଇ ନିଜ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ ସେହି ସମୟରେ ଜଣେ ଫୋଟୋଗ୍ରାଫର ତାଙ୍କ ଜୀବନ ବଞ୍ଚାଇଥିଲେ ।

ଏହାପରେ ସେହି ଫୋଟୋଗ୍ରାଫର ଜଣକ ତାଙ୍କୁ ଘରେ ଛାଡିବା ଆଳରେ ଏକ ଲଜକୁ ନେଇ ତାଙ୍କ ସହ ପୁଣି ଦୁଷ୍କର୍ମ କରିଥିଲେ । କେବଳ ଏତିକିରେ ଅଭିଯୁକ୍ତର ବର୍ବରତା ଥମିନଥିଲା, ଅଭିଯୁକ୍ତ ଫଟୋଗ୍ରାଫର ନିଜେ ଦୁଷ୍କର୍ମ କରିବା ପରେ ନିଜର ୮ ଜଣ ସାଙ୍ଗମାନଙ୍କୁ ଡାକି ୨ ଦିନ ଧରି ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିଲା । ତେବେ କୌଶଳକ୍ରମେ ସେମାନଙ୍କ ନିକଟକୁ ଖସି ଆସି ନାବାଳିକା ଜଣକ ଭୟଭୀତ ହୋଇ ନିଜ ଜନ୍ମସ୍ଥାନ କଳାହାଣ୍ଡି ଜିଲ୍ଲାକୁ ପଳାଇ ଯାଇଥିଲେ । ତେବେ ଘଟଣା ସାମ୍ନାକୁ ଆସିବା ପରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି । ଆନ୍ଧ୍ରପ୍ରଦେଶ ପୋଲିସ ସୂଚନା ଅନୁଯାୟୀ, ପୀଡିତା ନାବାଳିକା ଜଣକ ୯ ମାସ ପୂର୍ବରୁ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ କାମ କରିବା ଉଦ୍ଦେଶ୍ୟରେ ଆସିଥିଲେ । ତେବେ ଗତ ଡିସେମ୍ବର ୧୮ ତାରିଖରୁ ସେ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବାପା ବିଶାଖାପାଟଣା ଥାନାରେ ଅଭିଯୋଗ ଦାୟର କରିଥିଲେ । ଏତଲା ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଡିସେମ୍ବର ୨୨ରେ ଓଡ଼ିଶାରେ ତାଙ୍କ ସନ୍ଧାନ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking