23.1 C
Bhubaneswar
Friday, November 27, 2026
Homeଓଡିଶାମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ (ସବ୍ ଇନ୍ସପେକ୍ଟର ସ୍ତରୀୟ ପରୀକ୍ଷା)ର ଲିଖିତ ପରୀକ୍ଷା ଆସନ୍ତା ଡିସେମ୍ବର...

ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ (ସବ୍ ଇନ୍ସପେକ୍ଟର ସ୍ତରୀୟ ପରୀକ୍ଷା)ର ଲିଖିତ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ଓ ୨୭ ରେ ଅନୁଷ୍ଠିତ ହେବ

ଭୁବନେଶ୍ୱର: ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ( ଓୟୁଏସଏସଏସସି) ପକ୍ଷରୁ ମିଳିତ ପୁଲିସ୍ ସେବା ପରୀକ୍ଷା-୨୦୨୪ (ସବ୍ ଇନ୍ସପେକ୍ଟର ସ୍ତରୀୟ ପରୀକ୍ଷା)ର ଲିଖିତ ପରୀକ୍ଷା ନିମନ୍ତେ ତାରିଖ ଘୋଷଣା କରାଯାଇଛି । ଏ ସଂପର୍କରେ ଓୟୁଏସଏସଏସସି କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ସଂଖ୍ୟା ୧୦୧୦ ତା-୨୭.୧୧.୨୦୨୬ ରେ ପରୀକ୍ଷା କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଦିଆଯାଇଛି । ପ୍ରକାଶିତ ବିଜ୍ଞାପନରେ ସୂଚିତ କରାଯାଇଛି ଯେ, ଉକ୍ତ କାର୍ଯ୍ୟାଳୟର ବିଜ୍ଞାପନ ସଂଖ୍ୟା- 02-CPSE-2024/OPRB, ତାରିଖ-17.01.2025 ଏବଂ ସଂଶୋଧିତ ବିଜ୍ଞାପନ ସଂଖ୍ୟା 05/OPRB, ତାରିଖ 31.07.2025 ଅନୁଯାୟୀ ମିଳିତ ପୋଲିସ୍ ସେବା ପରୀକ୍ଷା (CPSE)-2024 ) ର ଲିଖିତ ପରୀକ୍ଷା ଓଏମ୍ଆର୍ ପଦ୍ଧତିରେ ଆସନ୍ତା ତା-୨୬.୧୨.୨୦୨୬ (ଶନିବାର) ଏବଂ ତା-୨୭.୧୨.୨୦୨୬ (ରବିବାର) ରେ ଅନୁଷ୍ଠିତ ହେବ ।

ପରୀକ୍ଷାର ପେପର୍–୧ରେ ସାଧାରଣ ଇଂରାଜୀ ଓ ଓଡ଼ିଆ ଭାଷା ବିଷୟରେ ପରୀକ୍ଷା ୨୬ ଡିସେମ୍ବର ୨୦୨୬ ( ଶନିବାର) ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମିନିଟ୍ (ପ୍ରଥମ ସିଟିଂ) ପର୍ଯ୍ୟନ୍ତ ହେବ । ସେହି ଦିନ ଅପରାହ୍ଣ ୧.୩୦ଟାରୁ ୪.୩୦ ପର୍ଯ୍ୟନ୍ତ (୨ୟ ସିଟିଂ) ପେପର୍–୨ରେ ସାଧାରଣ ଅଧ୍ୟୟନ ପରୀକ୍ଷା ଅନୁଷ୍ଠିତ ହେବ । ପେପର୍–୩ର ବୈଷୟିକ ବିଷୟ (କେବଳ ଷ୍ଟେସନ ଅଫିସର –ଫାୟାର ସର୍ଭିସ୍ ପଦବୀ ପାଇଁ) ପରୀକ୍ଷା ୨୭ଡିସେମ୍ବର , ୨୦୨୬ (ରବିବାର) ଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନଙ୍କୁ ଉପରୋକ୍ତ ପରୀକ୍ଷା କାର୍ଯ୍ୟସୂଚୀ ଅନୁଧ୍ୟାନ କରି ତଦନୁଯାୟୀ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଉଲ୍କେଖଥିବା ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) ଆୟୋଗଙ୍କ ଅଧିକୃତ ୱେବ୍‌ସାଇଟ୍ www.ousssc.odisha.gov.in ରେ ଯଥା ସମୟରେ ଉପଲବ୍ଧ ହେବ ବୋଲି କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ସମ୍ବନ୍ଧୀୟ ପରବର୍ତ୍ତୀ ସୂଚନା, ନିର୍ଦ୍ଦେଶାବଳୀ ଓ ଅନ୍ୟାନ୍ୟ ବିବରଣୀ ପାଇଁ ପରୀକ୍ଷାର୍ଥୀମାନଙ୍କୁ ନିୟମିତ ଭାବେ ଆୟୋଗଙ୍କ ୱେବ୍‌ସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking