ରାଉରକେଲା: ଛେଣ୍ଡ ଅଞ୍ଚଳରେ ଥିବା ଏକ ସ୍କୁଲ ଜମିକୁ ନେଇ ବିବାଦ ଏବେ ତୀବ୍ର ରୂପ ନେଇଛି। ଦୀର୍ଘଦିନ ଧରି ସ୍କୁଲ ଜମିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମହିଳା ଶିକ୍ଷୟିତ୍ରୀ ଜୟନ୍ତୀ ଦାସ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଜଣାପଡ଼ିଛି।ଅଭିଯୋଗ ଅନୁସାରେ, କିଛି ଅସାମାଜିକ ବ୍ୟକ୍ତି ସ୍କୁଲ ଜମିକୁ ଜବରଦଖଲ କରିବାକୁ ଉଦ୍ୟମ କରୁଥିବାବେଳେ ମହିଳା ଶିକ୍ଷୟିତ୍ରୀଙ୍କୁ ଗାଳିଗୁଲଜ ଓ ଧମକ ଦିଆଯାଉଛି। ଏହି ଘଟଣାକୁ ନେଇ ଜୟନ୍ତୀ ଦାସ ମାନସିକ ଚାପରେ ରହିଥିବା କହିଛନ୍ତି। ନିଜର ଅଧିକାର ଓ ସ୍କୁଲର ସୁରକ୍ଷା ପାଇଁ ସେ ପୁଲିସ ଏବଂ ନ୍ୟାୟାଳୟର ସହାୟତା ଲୋଡ଼ିଛନ୍ତି।ଏଭଳି ପରିସ୍ଥିତିରେ ମହିଳା ଶିକ୍ଷୟିତ୍ରୀଙ୍କୁ କେବେ ନ୍ୟାୟ ମିଳିବ ଏବଂ ସ୍କୁଲ ଜମିକୁ ଜବରଦଖଲ ଉଦ୍ୟମରୁ କେବେ ସୁରକ୍ଷା ମିଳିବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଅଭିଯୋଗର ନିରପେକ୍ଷ ତଦନ୍ତ କରି ପ୍ରଶାସନ ଓ ପୁଲିସ ଉଚିତ ପଦକ୍ଷେପ ନେବାକୁ ଦାବି ହେଉଛି।










